ବନ ବିଭାଗ କର୍ମଚାରୀଙ୍କ ସହ ଗଣ୍ଡଗୋଳ ମାମଲାରେ ୯ଜଣଙ୍କୁ ପୋଲିସ ଗିରଫ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ’ କରୋନା’ ନେଇ ଚାରିଆଡେ ଲକ୍ ଡାଉନ୍ ।ଏହାର ସୁଯୋଗ ନେଇ କାଠ ମାଫିଆଙ୍କ ଦୌ୍ରାତ୍ମ୍ଯ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଯଶିପୁର ବନଉପଖଣ୍ଡ ଅଧିନସ୍ଥ ତାଳବନ୍ଧା(ବଡଗଡା) ବନାଞ୍ଚଳ ଆଲାପାଣି ଗ୍ରାମରେ ।ସେହି ଗ୍ରାମର କିଛି ଲୋକ କରତ ଦ୍ବାରା ବଡ଼ ବଡ଼ ଗଛ କାଟି ନେଇ ଯାଉଥିଲେ।କୌଣସି ସୂତ୍ରରୁ ବନ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଅଟକାଇ ଥିଲେ ।ସେମାନେ ବନ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲେ ।ପରେ ବନ କର୍ମଚାରୀ ଉପାୟ ନ ପାଇ ଜୀବନ ବିକଳେ ସେଠାରୁ ପଳାଇ ଆସି ଡିଏଫଓଙ୍କୁ ଜଣାଇଥିଲେ ।ପରେ ୨୧-୦୪-୨୦୧୯ ରେ ବିଶୋଇ ଥାନାରେ ଏତଲା ଦେଇଥିଲେ ।କେଶ ନଂ୩୬ ମାମଲା ରୁଜୁ ହୋଇଥିଲା ।ବିଶୋଇ ପୋଲିସ ଆଜି ୯ଜଣ ସେମାନେ ହେଲେ ୧-ଗୋବିନ୍ଦ ଦାସ,୨-ପିତବାସ ଦାସ,୩-ଲକ୍ଷ୍ମଣ ଦେହୁରୀ,୪-ପୁରୁଷୋତ୍ତମ ଦେହୂରୀ,୫-ଅନାଦୀ ଦେହୂର,୬-ଯୋଗେଶ୍ବର ଦେହୂରୀ,୭-ସୁଦର୍ଶନ ଦେହରୀ୮-ଦୁର୍ଯୋଧନ ଦେହୁରୀ ଏବଂ ୯-ପ୍ରଦୀପ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ