ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡଃ ମୋନା ଶର୍ମାଙ୍କ ଆଧାରରେ ଘଟଗାଁ ଗସ୍ତ

ଘଟଗାଁ-ରାଜ୍ୟ ସରକାର ୫ଟି ଯୋଜନା ପରେ ପରେ ମୋ ସରକାର ଏବଂ ତାପରେ ଓଡିଶା ମୋ ପରିବାର ଯୋଜନା ପ୍ରଣୟନ ଆଧାରରେ ରାଜ୍ୟର ସମସ୍ତ ସଚିବ ପ୍ରଥମେ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ଯାଇ ପ୍ରତ୍ୟେକ ଦିନ ବଡ ବଡ ମେଡିକାଲ ଏବଂ ସ୍କୁଲ୍ କଲେଜ ଗସ୍ତ କରୁଥିବା ବେଳେ ଆଜି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଡଃ ମୋନା ଶର୍ମା ୫ଟି ଯୋଜନା ଆଧାରରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଗସ୍ତରେ ଆସିଥିଲେ । ପ୍ରଥମେ ଘଟଗାଁ କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ତଥା ଘଟଗାଁ ବାସୀନି ମାଆ ତାରିଣିଙ୍କୁ ଦର୍ଶନ କରିବା ପରେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରୁ ଡାକ୍ତରଖାନାର ସ୍ଥିତି ପରଖିବାକୁ ଯାଇ ରୋଗୀ ମାନଙ୍କ ସହ କଥା ବାର୍ତା ମଧ୍ୟ ହୋଇଥିଲେ । ପରେପରେ ମୁକୁନ୍ଦୁପୁର ପାଟଣା ପଂଚାୟତ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଦେହୁରୀପଶୀ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଦେହୁରୀପଶୀ ସ୍କୁଲ୍ ପରିଦର୍ଶନ କରିଥିଲେ । ସ୍କୁଲ୍ ଗୁଡିକରେ ଉଚିତ୍ ଢଙ୍ଗରେ ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟ ଦିଆଯାଉଛି ନା ନାହିଁ, ଛାତ୍ରଛାତ୍ରୀ ମାନଙ୍କର ପାଠପଢିବାରେ କୌଣସି ଅସୁବିଧା ହେଉଛି କି, ସ୍କୁଲ ପରିବେଷ କିଭଳି ଭାବେ ସଫାସୁତରା ରହୁଛି , ଏସବୁ ବିଷୟରେ ତଦନ୍ତ କରିବା ସହ ଦେହୁରୀପଶୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ଅନ୍ୟପକ୍ଷରେ ଦିର୍ଘ ଦିନ ଧରି ଘଟଗାଁ ଅଂଚଳରେ ଡାକ୍ତର ମାନଙ୍କ ସମସ୍ୟା ଦେଖିବାକୁ ମିଳୁଥିବା କଥା ଅବଗତ କରାଇବାରୁ ସେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବେ ଏବଂ ରାଜ୍ୟ ସ୍ତରରେ ମଧ୍ୟ ଏନେଇ ଅବଗତ କରାଇବା ସହିତ ଯଥାଶୀଘ୍ର ଏଠାରେ ଡାକ୍ର ନିୟୋଜିତ କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଡଃ ମୋନା ଶର୍ମା । ଅନ୍ୟପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଡଃ ମୋନା ଶର୍ମା ଘଟଗାଁ ଗସ୍ତ କାର୍ଯ୍ୟକ୍ରମରେ ଘଟଗାଁ ଏବିଡିଓ ବିଚିତ୍ର କର ଏବଂ କେନ୍ଦୁଝର ଡିଡବ୍ଲୁଓ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ