ଜଙ୍ଗଲ ,ଜମି ଜୀବନର ସୁରକ୍ଷା ପାଇଁ ଦକ୍ଷିଣେଶ୍ୱର ମୌଜା ଗ୍ରାମବାସୀ ମାନଙ୍କ ପ୍ରତିବାଦ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଜୀବନ ଜୀବିକା ପାଇଁ ପରିବେଶ ହିଁ ଏକମାତ୍ର ଉତ୍ସ ଯାହାକି ପିଢ଼ି ପରେ ପିଢ଼ି ଏହାର ସୁରକ୍ଷା କରି ଆସିଛନ୍ତି ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ବରିଷ୍ଠ ସାମ୍ବାଦିକ ତଥା ବିଧାନସଭା ସର୍ବଶ୍ରେଷ୍ଠ ବିଧାୟକ ଚୟନ କମିଟିର ସଦସ୍ୟ ଶ୍ରୀରାମ ଦାସ ମତବ୍ୟକ୍ତ କରିଛନ୍ତି | ଆଜି ଖୋର୍ଦ୍ଧା ଜିଲ୍ଲାର ଦକ୍ଷିଣେଶ୍ୱର ମୌଜାର ବ୍ରାହ୍ମଣ ପୁଟ , ବରପଦା ଓ ରାଉତପଡ଼ା ଗ୍ରାମର ଜଙ୍ଗଲ ଜମି ଉପରେ ଅସାଧୁ ମାଙ୍କଡ଼ା ପଥର ବ୍ୟବସାୟୀ ମାନଙ୍କ ଦ୍ୱାରା ମାଙ୍କଡା ପଥର ଖଣିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଦୁଃଖର ସହ ମା, ମାଟିର ଏହି ଦୁର୍ଦଶା , ରାସ୍ତା ଘାଟର ପରିସ୍ଥିତି ପାଇଁ ପ୍ରଶାସନର ମୁଖା ଖୋଲିବା ସହିତ ଗ୍ରାମବାସୀ ମାନଙ୍କୁ ତାଙ୍କର କର୍ତ୍ତବ୍ୟବୋଦ୍ଧତାକୁ ଦର୍ଶାଇଥିଲେ | ସ୍ଥାନୀୟ ଅଞ୍ଚଳର ବିଧାୟକ ଓ ଲୋକପ୍ରତିନିଧି ମାନଙ୍କର କର୍ତବ୍ୟ ବିଷୟରେ ବିଶେଷ ଭାବେ ଆଲୋକପାତ କରିଥିଲେ | ଜୀବନ ଜୀବିକାର ଅଧିକାର ପାଇଁ ରାଜରାସ୍ତାକୁ ଆସି ଦୃଢ ଭାବେ ସଙ୍ଗଠିତ ହୋଇ ପ୍ରତିବାଦ କଲେ ନିଶ୍ଚୟ ଏହାର ସୁରକ୍ଷା କରିପାରିବ ବୋଲି ଆହ୍ୱାନ ଜଣାଇଥିଲେ |ଗ୍ରାମବାସୀମାନଙ୍କର ପ୍ରତିବାଦ ସଭାକୁ ଉଦବୋଧନ ଦେବା ଅବସରରେ ଦକ୍ଷିଣେଶ୍ୱର ମୌଜାର ସମସ୍ତ ଜଙ୍ଗଲ ଜମିର ପରିଦର୍ଶନ କରିବା ସହ ଶହ ଶହ ଏକର ବିଶିଷ୍ଟ କାଜୁ ଜଙ୍ଗଲ ଭିତରେ ପ୍ରଶାସନ ତଥା ମାଫିଆ ମାନଙ୍କ ଦ୍ୱାରା କିପରି କାଜୁ ଜଙ୍ଗଲ ନଷ୍ଟ ହୋଇଛି ତାହା କୁ ପରିଦର୍ଶନ କରି ବିସ୍ମିତ ହୋଇ ଯାଇଥିଲେ | ତୁରନ୍ତ ଏହାର ରକ୍ଷଣା ବେକ୍ଷଣ ସହିତ ପରିବେଶର ସନ୍ତୁଳନ ପାଇଁ ସରକାର କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ଦାସ ଦୃଢ଼ ଦାବି ଉପସ୍ଥାପନା କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଭାଷା ଆନ୍ଦୋଳନର ଉପସଭାପତି ନବ କିଶୋର ପ୍ରଧାନ ଜଙ୍ଗଲ ଜମି ସୁରକ୍ଷା ଆମର ପ୍ରଥମ କର୍ତବ୍ୟ ଭାବେ ଗ୍ରହଣକଲେ ଆଗାମୀ ପିଢ଼ି ପାଇଁ ଉଚିତ ମୂଲ୍ୟ ହେବା ସହିତ ଆଗାମୀ ପିଢ଼ି ପାଇଁ ଶ୍ରେଷ୍ଠ ସମ୍ପଦ ହେବ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ (ରାଉତପଡ଼ା ) ଙ୍କ ପ୍ରତିନିଧି ମଧୁସୁଧନ ଦାସ ,ଭିକାରି ଚରଣ ସାହୁ ,ଅଶୋକ କୁମାର ମହାପାତ୍ର ,ଓ ଭାଷା ଆନ୍ଦୋଳନ , ଓଡ଼ିଶାର ପବିତ୍ର ମହାରଥା ଉଦ୍ବୋଧନ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବ୍ରାହ୍ମଣପୁଟ-ବରପଦା ଗ୍ରାମର ଦକ୍ଷିଣେଶ୍ୱର ମୌଜା ର ଗ୍ରାମବାସୀ ମାନେ ମାଙ୍କଡ଼ା ପଥର ଖଣି ଖୋଳାକୁ ପ୍ରତିବାଦ କରି କାହିଁକି ରାସ୍ତାକୁ ଓଲ୍ହାଇଛନ୍ତି ତାହାର ସବିଶେଷ ଆଲୋଚନା କରିଥିଲେ | ଦକ୍ଷିଣେଶ୍ୱର ରାଜସ୍ବ ଗ୍ରାମର ସ୍ଥାଇ ବାସିନ୍ଦା ମାନେ ପୁରୁଷାନୁକ୍ରମରେ ଯେଉଁ ଜଙ୍ଗଲ ଓ ଜମିର ବ୍ୟବହାରସହିତ ସୁରକ୍ଷା କରିଆସୁଛନ୍ତି ସେହି ଜମିକୁ କେତେକ ମାଫିଆ ଦୀର୍ଘ ଦିନ ଧରି ଧମକ ଚମକ ଓ ଭୟ ଦେଖେଇ ଜଙ୍ଗଲ କାଟି ମାଙ୍କଡ ପଥର ଖଣି କରି ସହ ସହ ବର୍ଷର ମାଙ୍କଡ ପଥର ଚୋରି କରୁଥିଲେ | ବହୁ ଦିନରୁ ପ୍ରତିବାଦ ଚାଲିଥିଲା କିନ୍ତୁ ମାଫିଆ ମାନଙ୍କର ପାଦୁର୍ଭାବ ବଢିବା ପରେ ଗ୍ରାମବାସୀ ମାନେ ଏକାଠି ହେବାରୁ ସେମାନେ ଆଉ ପଥର ଖଣି ଖୋଳି ପାରୁନଥିଲେ | କେତେକ ଖଣି ମାଫିଆ କିଛି ଅସାଧୁ ସରକାରୀ ବାବୁ ଏପରିକି ଶ୍ରୀ ଜଗନ୍ନାଥ ପରିଚାଳନା କାର୍ଯ୍ୟାଳୟ , ପୁରୀଙ୍କ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କ ସହ ମେଣ୍ଟ କରି ତଫସିଲ ଭୁକ୍ତ କିସମ- ପତିତ ଜଙ୍ଗଲ ଜମିକୁ ମାଙ୍କଡ଼ା ଓ ମୋରମ ଖଣି ନିମନ୍ତେ ନିଲାମ ନେବାପାଇଁ ଉଦ୍ୟମ ଚଳାଇଛନ୍ତି | ଦକ୍ଷିଣେଶ୍ୱର ମୌଜାର ଗ୍ରାମବାସୀ ମାନେ ଏହି ଖଣି ଖୋଳାକୁ ଘୋର ବିରୋଧ କରୁଛନ୍ତି | ଦକ୍ଷିଣେଶ୍ୱର ମୌଜାର ଗ୍ରାମବାସୀ ବୃନ୍ଦ ଗତ ଏପ୍ରିଲ ମାସ ୨୮ (୨୮/୦୪/୨୦୨୨)ତାରିଖ ଦିନ ପ୍ରତିବାଦ ସ୍ୱରୂପ ଜିଲ୍ଲାପାଳ ମହୋଦୟ ,ଖୋର୍ଦ୍ଧାଙ୍କୁ ଲିଖିତ ଭାବେ ପ୍ରତିବାଦ ଜଣାଇଥିଲେ କିନ୍ତୁ ଏବେ ଜାଣିବାକୁ ମିଳୁଛି ସେହି ଜଙ୍ଗଲ ଅଞ୍ଚଳରେ ସରକାରୀ ବାବୁମାନଙ୍କ ଦ୍ୱାରା ମାଙ୍କଡ଼ା ପଥର ଖଣି ଖନନ ପାଇଁ ଚିହ୍ନଟ ଦିଆଯାଇଛି | ପରିବେଶର ସୁରକ୍ଷାକୁ ଭୃକ୍ଷେପ ନକରି ଲଘୁ ଖଣିଜ ମାଙ୍କଡ଼ା ପଥର ଓ ମୋରମ ଖଣିର ଦୀର୍ଘମିଆଦି ଲିଜ ଜନିତ ନିଲାମ ଇସ୍ତାହାର କରି ଶ୍ରୀମନ୍ଦିର କାର୍ଯ୍ୟାଳୟ, ପୁରୀ ସ୍ଥାନୀୟ ବାସିନ୍ଦାଙ୍କର ଗ୍ରାମସଭା ନକରି ପ୍ରଶାସନ ଏପରି ଜଙ୍ଗଲ କାଟି ମାଙ୍କଡ ପଥର ଖଣି ଖୋଲାକୁ ପ୍ରଶ୍ରୟ ଦେଉଛନ୍ତି ତାହା ତଦନ୍ତର ବିଷୟ | ନିଲାମ କରିବା ପୂର୍ବରୁ ଏପର୍ଯ୍ୟନ୍ତ ଜନ ଶୁଣାଣି କରିନାହାନ୍ତି | ଉକ୍ତ ତଫସିଲ ପ୍ରାକୃତିକ ବଣ ଜଙ୍ଗଲ ସମେତ ଆଦିବାସୀ ଜନଜାତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ କାଜୁ ଓ ପଟାସ ଲଗାଯାଇ ବନୀକରଣ କାର୍ଯ୍ୟ ପରିଚାଳନା କରାଯାଉଅଛି | ସର୍ବସାଧାରଣ ରାସ୍ତା ପ୍ରଭାବିତ ହେବା ସାଙ୍ଗକୁ ଗ୍ରାମ୍ୟ ଖେଳପଡ଼ିଆ ବିଶେଷ ଭାବେ ପ୍ରଭାବିତ ହେଉଛି | ସେହି ଅଂଚଳରେ ପୁରୁଷାନୁକ୍ରମେ ଶହ ଶହ ବର୍ଷ ଧରି ଆମ୍ବ ଗଛ ଏବଂ ଅନ୍ୟାନ୍ୟ ଔଷଧୀୟ ଗଛ ଲଗାଇ ମୃତ୍ତିକା ସଂରକ୍ଷଣ କରୁଛନ୍ତି | ତେଣୁ ପ୍ରତିକାର ସ୍ୱରୂପ ଏଠାରେ ମାଙ୍କଡ ପଥର ଖଣି ପ୍ରସ୍ତାବକୁ ବାତିଲ କରିବା ପାଇଁ ବରପଦା – ବ୍ରାହ୍ମଣ ପୁଟ ଗ୍ରାମବାସୀଙ୍କ ତରଫରୁ ପ୍ରତିବାଦ କରାଯାଉଛି | ଏହି ପ୍ରତିବାଦ ସଭାରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଆଦିବାସୀ ହରିଜନ ଶେଷଙ୍କ ସମେତ ଦକ୍ଷିଣେଶ୍ୱର ମୌଜା ର ବରପଦା , ରାଉତପଡ଼ା ଓ ବ୍ରାହ୍ମଣ ପୁଟ ଗ୍ରାମର ଅଧିବାସୀ ମାନେ ଏକତ୍ରିତ ହୋଇ ଏକ ସ୍ୱରରେ ଜଙ୍ଗଲ , ଜମିର ତଥା ଜୀବନ ଓ ପରିବେଶର ସୁରକ୍ଷା ପାଇଁ ପଣ ଅନ୍ୟ ମାନଙ୍କ ମଧ୍ୟରେ ଭାସିନା ନାୟକ , ସୁର ନାୟକ , ପ୍ରଭାକର ନାୟକ ,ଅନାଥ ନାୟକ , ଶରତ ପାତ୍ର , ବୁଲା ପ୍ରଧାନ , ବିରଂଚି ରଣସିଂହ , ଗୋପୀନାଥ ରଣସିଂହ , ସହଦେବ ପାତ୍ର ,ପ୍ରଭାତ ମହାରଥା , ରାମଚନ୍ଦ୍ର ପାତ୍ର ,ପ୍ରତାପ ପାତ୍ର ପ୍ରମୁଖ ସଭା କାର୍ଯ୍ୟକୁ ପରିଚାଳନା କରି ଆଗାମୀ ଦିନରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି |
ବିଶେଷ କ୍ଷତି :-
1. ପ୍ରାକୃତିକ ଜଙ୍ଗଲ ଓ ପରିବେଶ ତଥା ବିରଳ ଔଷଧୀୟ ବୃକ୍ଷ ଲୋପ ପାଇବ |
2. ଶହ ଶହ ଆମ୍ବ ଗଛ ଓ କାଜୁ ଜଙ୍ଗଲ ନଷ୍ଟ ହୋଇଯିବ |
3.ଗ୍ରାମ୍ୟ ଖେଳପଡ଼ିଆ ସମ୍ପୂର୍ଣ ଭାବେ ପ୍ରଭାବିତ ହେବ |
4. ଶହ ଶହ ଏକର ଚାଷ ଜମିକୁ ଯାଉଥିବା ପାଣି ଖଣି ମାଧ୍ୟମରେ ଆବଦ୍ଧ ହୋଇ ରହିବ | ଯାହା ଫଳରେ ଜମିକୁ ପାଣି ନଗଲେ ଚାଷ ଜମି ପଡ଼ିଆ ପଡିବ |
5. ସର୍ବୋପରି ପରିବେଶର କ୍ଷୟକ୍ଷତି ଏହି ଅଂଚଳ ଉପରେ ଘୋର ବିପଦ ସୃଷ୍ଟି କରିବ |
6. ହଜାର ହଜାର ବର୍ଷର ଖଣିଜ ସମ୍ପଦ (ମାଙ୍କଡ଼ା ପଥର ) କୁ ନଷ୍ଟ କରିବା କେତେଦୂର ଯଥାର୍ଥ ,ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ! ଜମି , ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି ଓ ଅଞ୍ଚଳବାସୀ
ଦକ୍ଷିଣେଶ୍ୱର ମୌଜା ଖୋର୍ଦ୍ଧା ଭାସିନା ନାୟକ .ସୁର ନାୟକ ,ପ୍ରଭାକର ନାୟକ ,ଅନାଥ ନାୟକ ,ଶରତ ପାତ୍ର ,ବୁଲା ପ୍ରଧାନ ,ବିରଂଚି ରଣସିଂହ ,ଗୋପୀନାଥ ରଣସିଂହ ,ସହଦେବ ପାତ୍ର ,ପ୍ରଭାତ ମହାରଥା ,ରାମଚନ୍ଦ୍ର ପାତ୍ର ,ପ୍ରତାପ ପାତ୍ର