ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳ ଅନ୍ତର୍ଗତ ଗୋଛାପଡା ସେକ୍ସନ ଡେରାକୁମ୍ପା ବନ ସୁରକ୍ଷା ସମିତି ସଭା ଗୃହରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରରେ ଡେରାକୁମ୍ପା ବନ ସୁରକ୍ଷା ସମିତିର ସଭାପତି କୃଷ୍ଣ ଚନ୍ଦ୍ର ମହାକୁଡ଼ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେରାକୁମ୍ପା ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟସଭ୍ୟା, ଗୋଛାପଡା ସେକ୍ସନ ଫରେଷ୍ଟର ଦିଲ୍ଲୀପ ବିଶୋଇ, ଗୋଛାପଡା ଫରେଷ୍ଟ ଗାର୍ଡ ଅଚ୍ୟୁତାନନ୍ଦ ଗଣ୍ଡା, କ୍ରାଣ୍ଡିବାଲି ଫରେଷ୍ଟ ଗାର୍ଡ ରଶ୍ମି ରଞ୍ଜନ ପଟ୍ଟନାୟକ, ପିଣ୍ଡାଙ୍ଗି ଫରେଷ୍ଟ ଗାର୍ଡ କସ୍ତୁରୀ କହଁର, ସ୍ବେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ର ଟିମ ଲିଡ଼ର ମନୋଜ କୁମାର ସାହୁ,ଉନ୍ନୟନ ଅଧିକାରୀ ଅବୋଧ ମଲ୍ଲିକ, ଅର୍ଜୁନ ବାରିକ ଏବଂ ଅଞ୍ଚଳର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲକୁ କିଭଳି ନିଆଁ ଦାଉରୁ ସୁରକ୍ଷା ଦିଆ ଯାଇ ପାରିବ ସେ ଉପରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ ଏବଂ ଶପଥ ପାଠ କରାଇ ଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତିର ସଭାପତି ଏକ ସଚେତନତା ଗୀତ ଗାଇ ସଚେତନତାର ବାର୍ତ୍ତା ଦେଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ