ପ୍ରାକ୍ତନ ସରପଞ୍ଚ ବସନ୍ତ ଘୋଷାଲଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ଗ୍ରାମପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସ୍ୱର୍ଗତ ବସନ୍ତ କୁମାର ଘୋଷାଲଙ୍କ ଦ୍ୱାଦଶାହ ଅବସରରେ କେନ୍ଦ୍ରାପଡା-ଯାଜପୁର ପ୍ରତିଭା ପୁଜା ସଂସଦ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ମା’ ମଙ୍ଗଳା ପଡିଆରେ ସଂସଦର ସଭାପତି ଆଡଭୋକେଟ ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜସେବୀ ଇଂ ମୁରଲୀଧର ସେଠୀ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଶିକ୍ଷାବିତ୍ ପ୍ରଣବ କୁମାର ଜେନା, ଶ୍ୟାମସୁନ୍ଦରପୁର ସମିତି ସଭ୍ୟା ଉର୍ମିଳା ସେଠୀ, ସଂସଦର ଉପଦେଷ୍ଟା ଶିକ୍ଷାବିତ ବ୍ରଜ କିଶୋର ପତି, କାର୍ଯ୍ୟକାରୀ ସଭାପତି ଡଃ. ନୃସିଂହ ଚରଣ ବେହେରା, ନିର୍ମଳ କୁମାର ନାୟକ, କୋଷାଧ୍ୟକ୍ଷ କେଶବ ଚନ୍ଦ୍ର ବିଶ୍ୱାଳ, ଆଇନଜୀବୀ ପ୍ରଦୀପ ଦାଶ, ସୁଦର୍ଶନ ମହାପାତ୍ର, ବଟକୃଷ୍ଣ ସାମଲ, ସଂଗଠନ ସମ୍ପାଦକ ନିକେତନ ଜେନା, କୃପାସିନ୍ଧୁ ସାହୁ, ରମେଶ ଚନ୍ଦ୍ର ସାହୁ, ବିଷ୍ଣୁ ଚରଣ ବିଶ୍ୱାଳ, ବାନାମ୍ବର ସେଠୀ, ଗଗନ ବିହାରୀ ଜେନା, ଉପସଭାପତି ପରମାନନ୍ଦ ଥାଟୋଇ, ରଘୁନାଥ ରାଉତ ମଦନମୋହନ ରାଉତ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଘୋଷାଲଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ପ୍ରସାଦ ରାଉତ, ସାମ୍ବାଦିକ ପରୀକ୍ଷିତ ପାତ୍ର, ନାଟ୍ୟକାର ତୁଷାର ଘୋଷ, ବୀର କିଶୋର ରାଉତ, ରାଧାରମଣ ସିଂ,ଶୈଳଜା ସଂଙ୍କର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଘୋଷାଲ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଅଞ୍ଚଳର ଉନ୍ନତି ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ ବୋଲି କହିିଥିଲେ । ସଂସଦର ସମ୍ପାଦକ ମୂରଲୀଧର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଂସଦର ବରିଷ୍ଠ ସଦସ୍ୟ ରାମନାରାୟଣ ସିଂହ, ଜ୍ଞାନେନ୍ଦ୍ର କୁମାର ବାରିକ, ତାଙ୍କ ପୁତ୍ର କାଳି ପ୍ରସାଦ ଘୋଷାଲ, ଦେବୀ ପ୍ରସାଦ ଘୋଷାଲ, ବେଣୁଧର ନାୟକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ପୁତ୍ର ଦୁର୍ଗା ପ୍ରସାଦ ଘୋଷାଲ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ଘୋଷାଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ