ଜଙ୍ଗଲ ମଧ୍ୟରୁ ହାତୀର ଗଳିତ ଶବ ଉଦ୍ଧାର

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଗ ବନାଞ୍ଚଳ ଘୋଗଡ ଜଙ୍ଗଲ ମଧ୍ୟରୁ ଏକ ହାତୀର ଗଳିତ ମୃତ ଦେହକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ହାତୀ ଟି ର ଲିଙ୍ଗ ନିରୁପଣ କରାଯାଇ ପାରୁନଥିବା ବେଳେ ମାଈ ହାତୀ ବୋଲି ବିଭାଗ ଅନୁମାନ ଲଗାଇଛି । ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ବିଭାଗ ପ୍ରକାଶ କରିନଥିବା ବେଳେ ବେକ ପାଖରେ ବଡ କଣା ଚିହ୍ନ କୁ ଦେଖି ଏହା ନିଶ୍ଚୟ ଗୁଳି ମାଡ ହୋଇଥବା ଅଂଚଳ ବାସୀ ପ୍ରକାଶ କରିଛନ୍ତି । ନିକଟସ୍ଥ ବଡ ଗୁଣ୍ଡୁରିବାଡି ଅଂଚଳରେ ପ୍ରାୟ ଏକ ମାସରୁ ଉର୍ଦ୍ଧ ସମୟ ହେବ ହାତୀ ପଲ ସେହି ନିର୍ଦ୍ଧିଷ୍ଟ ଅଂଚଳରେ ରହୁଥିବା ଲୋକମାନେ ପ୍ରକାଶ କରିଛନ୍ତି ।ଏହି ଦୁର୍ଗମ ଅଂଚଳକୁ ବନ ବିଭାଗ ଆସୁନଥିବା ବେଳେ ହାତୀ ମରିପଡିଥିବା ଘଟଣା ଛେଳି ଚରାଳି ଠାରୁ ଖବର ପାଇ ବନବିଭାଗ ପହଁଚି ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ