ଜଙ୍ଗଲ ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ତ ମାଣିକପୁରୁ ଗ୍ରାମ ନିକଟ ଜଙ୍ଗଲ ରୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକ ର ମୃତ ଦେହ ଉଦ୍ଧାର କରି ପରିବାର ଲୋକେ ଚନ୍ଦ୍ରଗିରି ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ ସେଠୀ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ଘଟଣା ରୁ ପ୍ରକାଶ ମାଣିକପୁରୁ ଗ୍ରାମ ର ସାଗର ସାହୁ ୨୧ ଆଟ ଚଳାଇ ପରିବାର ପୋଷଣ କରୁଥିଲେ ଶନିବାର ଦିନ ପରିବାର ଲୋକେ ଖବର ପାଇ ଜଙ୍ଗଲ ନିକଟ କୁ ଜାଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଇଥିଲେ ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ ଘଟଣା ସ୍ଥଳ ରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପ୍ରତାପ ବେହେରା ପହଞ୍ଚି ଶବ ଜବତ୍ କରି ବ୍ୟବଛେଦ ପାଇଁ ବ୍ରହ୍ମପୁରୁ ପଠାଇଛନ୍ତି ସେପଟେ ପରିବାର ଲୋକ କହିଛନ୍ତି ଭଲ ପାଇବାକୁ ନେଇ ପୁଅ ଆତ୍ମ ହତ୍ୟା କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ