ଜଣେ କରୋନା ପଜେଟିଭ୍ ଚିହ୍ନଟପରେ ଆଗରପଡାକୁ ସଟ୍ ଡାଉନ୍ କଲେ ସରପଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗୁରବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛି । ସମ୍ପୃକ୍ତ ଆକ୍ରାନ୍ତ ଜଣକ ପୁରୁଷଣ୍ଢ ପଞ୍ଚାୟତ ଭବାନୀଗଞ୍ଜ ଗ୍ରାମର ହୋଇଥିବା ବେଳେ ସେ ମହାରାଷ୍ଟ୍ର ରାଜ୍ୟରୁ ଆସି କେସିଭିଏମ୍ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଆଇସୋଲେସନରେ ଥିଲେ । ଗତ ୨୫ ତାରିଖରେ ସେ କ୍ୱାରାଣ୍ଟାଇନ୍ରେ ପହଞ୍ôଚ ଥିବା ବେଳେ ଗତ ୨୭ ତାରିଖରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ସରପଞ୍ଚ ଭାନୁମତି ଜେନା ଆଗରପଡା କୁଆଁସମଢିଆ ଛକ ଠାରୁ ରାମଗଡପଦା ଛକ ପର୍ଯ୍ୟନ୍ତ ବଜାର ଅଞ୍ଚଳକୁ ସନ୍ଧ୍ୟା ୫ଟା ଠାରୁ ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଅପରପକ୍ଷେ ରାମଗଡପଦା ଠାରେ ଦୈନିକ ପରିବା ମାର୍କେଟ ପୂର୍ବଭଳି ଚାଲିବ ବୋଲି ନିଷ୍ପତ୍ତି ନେଇଛନ୍ତି ।


