ଜଣେ ବ୍ୟକ୍ତିଙ୍କ ଘରୁ ୧୩ ନାଗସାପ ଉଦ୍ଧାର

ଯାଜପୁର ,(ଯୁଗାବ୍ଦ ନ୍ୟୁଜ) ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ମାନପୁର ନିକଟରୁ ଜଣେ ବ୍ୟକ୍ତିଙ୍କ ଘରୁ ୧୩ଟି ନାଗଛୁଆ ସହିତ ମା ନାଗସାପ ଉଦ୍ଧାର ହୋଇଛି । ଯାଜପୁରରୋଡ ବନବିଭାଗ ଏବଂ ସ୍ନେ୍କ୍ ହେଲ୍ପ ଲାଇନର ମିଳିତ ଉଦ୍ୟମରେ ଏହି ସାପଗୁଡିକ ଉଦ୍ଧାର କରାଯାଇଛି । ମାନପୁର ଅଞ୍ଚଳର ଶିବପ୍ରସାଦ ଜେନାଙ୍କ ଘର ଲୋକେ ପ୍ରଥମେ ଗୋଟିଏ ସାପ ଘରେ ପଶୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ବନବିଭାଗକୁ ଜଣାଇଥିଲେ । ବନବିଭାଗର ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇ ସାପ ଉଦ୍ଧାର ପାଇଁ ଡକାଇଥିଲେ । ମଣିଭଦ୍ର ମଲ୍ଲିକଙ୍କ ନେତୃତ୍ବରେ ହେଲ୍ପ ଲାଇନର ଦୁଇ ଜଣିଆ ସଦସ୍ୟ ଓ ବନବିଭାଗର କର୍ମଚାରୀ ସେଠାକୁ ଯାଇ 13ଟି ଛୁଆ ନାଗଙ୍କ ସହିତ ମା ନାଗକୁ ଉଦ୍ଧାର କରିଥିଲେ । ମା ଓ ଛୁଆ ସାପ ଗୁଡିକର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ବନବିଭାଗର ଅଧିକାରୀ । ସେଗୁଡିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ଗତକାଲି ମଧ୍ୟ ଯାଜପୁର ରୋଡ ଅଞ୍ଚଳରେ ଏକ ନାଗ ସାପ ଜଣେ ମହିଳାଙ୍କୁ କାମୁଡିବା ପରେ ମହିଳାଙ୍କର ଚିକିତ୍ସା କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ