ଜନଜାତି ପରିବାରଙ୍କୁ ଯୋଗାଇ ଦିଆଗଲା ଏଲ୍ଇଡ଼ି ବଲ୍ବ
( ଯୁଗାଦ୍ଦ ନ୍ୟୁଜ) : ୪୦ବର୍ଷ ପରେ ଜନଜାତି ଦେଖିଲେ ବିଜୁଳି ଆଲୁଅ । ଯୋଗାଇ ଦିଆଗଲା ପ୍ରତ୍ୟେକ ଜନଜାତି ପରିବାରଙ୍କୁ ଏଲ୍ଇଡି ବଲ୍ବ । ଆଲୋକରେ ଝଲସିଥିଲା ଅନ୍ଧାରି ମୂଲକ କନ୍ଦଳେଇ ଗାଁ । ରାଜ୍ୟ ସରକାରଙ୍କ ପ୍ରୟାସ ଓ ସହଯୋଗରେ ଶନିବାର ଦିନ ଗାଁରେ ପହଞ୍ôଚଥିଲା ବିଜୁଳି ଆଲୁଅ । ଗାଁରେ ଏକ ଖୁସିିର ମାହୋଲ ଖେଳି ଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଏବେ ପ୍ରତ୍ୟେକ ପରିବାରକୁ ୪ଟି ଲେଖାଏଁ ଏଲ୍ଇଡି ବଲ୍ବ ଯୋଗାଇ ଦିଆଯାଇଛି । ଏଥିସହ ଗାଁର ବିଦ୍ୟୁତ୍ ଖୁଣ୍ଟିକୁ ୭ଟି ଏଲ୍ଇଡି ଲାଇଟ୍ ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ରଡ଼େଙ୍ଗ ମଞ୍ଜୁର କରିଥିଲେ । ଏଲ୍ଇଡି ବଲବ୍ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦିପ୍ତ ରଞ୍ଜନ ରାଉତ, ନାଏବ ସରପଞ୍ଚ ଚୈତନ୍ୟ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତ୍ୟେକ ପରିବାରକୁ ଏଲ୍ଇଡ଼ି ବଲବ୍ ପ୍ରଦାନ କରାଯାଇଥଲା ।