ଜନତା କର୍ଫ୍ୟୁ,ଗାଙ୍ଗପୁର ଅଞ୍ଚଳ ଲକ୍ ଡାଉନ୍

ଗାଙ୍ଗପୁର,(ଶିବରାମ ଚୌଧୁରୀ):ସାରା ବିଶ୍ଵ କରୋନା ଭୂତାଣୁ ସଂକ୍ରମଣରେ ଅସ୍ତବ୍ୟସ୍ତ ହେଉଥିଲା ବେଳେ ଏହାର କଡ଼ା ମୁକାବିଲା ପାଇଁ ଭାରତ ସରକାରଙ୍କ ଆପ୍ରାଣ ଉଦ୍ୟମ ସାରା ବିଶ୍ଵରେ ପ୍ରଶଂସିତ ହୋଇପାରିଛି l କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ଦୃଢ ପଦକ୍ଷେପ ଗୁଡ଼ିକ ମଧ୍ୟରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଆହ୍ଵାନରେ ଆଜିର ଜନତା କର୍ଫ୍ୟୁକୁ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ସ୍ୱତଃ ପ୍ରବୃତ୍ତ ସମର୍ଥନ ଜଣାଇ କରୋନା ବିରୋଧରେ ଲଢ଼େଇ ପାଇଁ ନିଜର ଦୃଢ ମନୋଭାବର ପରିଚୟ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଗାଙ୍ଗପୁର ଥାନା ଅର୍ନ୍ତଗତ ସମସ୍ତ ଗ୍ରାମରେ ଜନ ସାଧାରଣ ଦିନ ସାରା ବାହାରକୁ ନଯାଇ ସନ୍ଧ୍ୟା 5 ଟା ସମୟରେ ନିଜ ଛାତ ଏବଂ ବାଲକୋନୀରେ ରହି ଶଙ୍ଖ, ମୃଦଙ୍ଗ , ଘଣ୍ଟ, ତାଳି ଏବଂ ହୁଳହୁଳି ଶବ୍ଦରେ କରୋନା ମୁକାବିଲାରେ ନିୟୋଜିତ ଥିବା ପ୍ରଶାସନିକ ଅଧିକାରୀ, ପୋଲିସ୍ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ, ସାମରିକ ବାହିନୀ, ଅଗ୍ନିଶମ ବାହିନୀ, ଗଣ ମାଧ୍ୟମ ଆଦି ଯୋଦ୍ଧା ମାନଙ୍କୁ ସମର୍ଥନ ଜଣାଇଥିଲେ l ଆଜିର ଏହି ଲକ୍ ଡ଼ାଉନ୍ କୁ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ନେତୃତ୍ଵରେ ଏକ ଟିମ୍ ଏବଂ ପ୍ରୋବେସନ୍ ଡି.ଏସ୍ .ପି ସଞ୍ଜୟ କୁମାର ମହାପାତ୍ର ସମସ୍ତ ଗ୍ରାମରେ ତଦାରଖ କରିଥିଲେ ଏବଂ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡ଼ାଉନ୍ କୁ ଜାରି ରଖିବା ପାଇଁ ସହଯୋଗ ଲୋଡିଥିଲେ l ପୋଲିସ୍ ପରାମର୍ଶ କ୍ରମେ ଜନ ସାଧାରଣ ଆସନ୍ତା ମାର୍ଚ୍ଚ 29 ତାରିଖ ପର୍ଯ୍ୟନ୍ତ ଜରୁରୀ କାର୍ଯ୍ୟ ବିନା ଘର ବାହାରକୁ ନ ବାହାରି କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନକୁ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି ନିଷ୍ପତି ନେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ