ଜନତା କର୍ଫ୍ୟୁ-ବେଲଗୁଣ୍ଠା ସହର ଲକ୍ ଡାଉନ୍

ବେଲଗୁଣ୍ଠା(ଶିବରାମ ଚୌଧୁରୀ):ସମଗ୍ର ବିଶ୍ୱ ଜନତା କରୋନା କବଳିତ ହୋଇଥିବା ବେଳେ ଭାରତରେ ପ୍ରାୟ ୩୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଏଥିରୁ ପ୍ରାୟ ୪ ରୁ ୫ଜଣଙ୍କ ମୃତ୍ୟୁବରଣ କରିଛନ୍ତି ।ଏହା ଏକ ସଂକ୍ରମିତ ଭାଇରସ୍ ହୋଇଥିବାରୁ ସମୁହ ସଂକ୍ରମଣ କୁ ରୋକିବା ପାଇଁ ସଚେତନ କରାଇବା ସହ ଭାରତ ସରକାରଙ୍କ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜନତା କର୍ଫ୍ୟୁ ଜାରି କରାଯାଇ ସକାଳୁ ରାତି ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି ।ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ସହରର ଜନସାଧାରଣ ଜନତା କର୍ଫ୍ୟୁକୁ ସ୍ୱତଃ ପ୍ରବୃତ୍ତ ଭାବେ ସମର୍ଥନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସହର ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହୋଇଯାଇଛି ।ସହରର କୌଣସି ଲୋକ ବି ଘରୁ ବାହାରକୁ ଯାଇନାହାନ୍ତି ।ଫଳରେ ବେଲଗୁଣ୍ଠା ସହର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ନ ହେଲେ ଘରୁ ନ ବାହାରିବା ପାଇଁ ସରକାର ଓଡ଼ିଶାବାସୀ ଙ୍କୁ ନିବେଦନ କରି ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ