ଜନନେତା ଡଃ. ଗଦାଧର ମଲ୍ଲିକଙ୍କ ସ୍ମୃତିଚାରଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ବିଶିଷ୍ଟ ଗାନ୍ଧୀବାଦୀ, ସମାଜସେବୀ ଓ ଜନନେତା ଡଃ. ଗଦାଧର ମଲ୍ଲିକଙ୍କ ଏକାଦଶାହ ଅବସରରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଣ୍ଡରାସ୍ଥିତ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବରୀ ବିଧାୟିକା ସୁନନ୍ଦା ଦାସ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ତାପସ କୁମାର ଦାସ, ଉତ୍କଳକେଶରୀ ପରିଡା, କିଶୋର ଚନ୍ଦ୍ର ତରାଇ, ଅଲେଖ କୁମାର ଜେନା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ନଗରପାଳ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗଦେଇ ଡଃ. ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ସଭା ସଂଚାଳନ କରିଥିବା ବେଳେ ପରିଷଦର ଆବାହକ ଯୁବନେତା ରାଜେଶ ପଣ୍ଡା ସ୍ୱାଗତ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ରଶ୍ମୀରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରାଇ, ପଣ୍ଡିତ ମହେଶ୍ୱର ନନ୍ଦ, ଡଃ. ଦେବ ପ୍ରସାଦ ସାମଲ, ଅଧ୍ୟାପକ ଅଜୟ ସାମଲ, ଧ୍ରୁବ ଚରଣ ପାତ୍ର, ଡଃ. ଚକ୍ରଧର ଦାଶ, ପ୍ରଫେସର ଅନିରୁଦ୍ଧ ରାଉଳ, ଲକ୍ଷ୍ମୀଧର ପାତ୍ର, ପରିକ୍ଷୀତ ପାତ୍ର, ପ୍ରଫେସର ଗିରିଶ ଚନ୍ଦ୍ର ପାତ୍ର, ଅଧଯୟାପକ ଅଜୟ ରାଉତ, ସରୋଜିନୀ ଦାସ, ବାବାଜୀ ଧଳ, ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ମୁକ୍ତାର ଖାଁ, କୃଷ୍ଣ ଚନ୍ଦ୍ର ରାଉତ, ଧନେଶ୍ୱର ରାଉତ, ନାରଦ ଚନ୍ଦ୍ର ବିଶ୍ୱାଳ, ରାଜକୁମାର ବିଶ୍ୱାଳ, ନାରାୟଣ ବିଶ୍ୱାଳ, ସାମ୍ବାଦିକ ଅନିଲ ଚୈାଧୁରୀ, ଚିତ୍ତରଞ୍ଜନ ଦାସ, ନରହରି ପାଣି, ଡଃ. କନକବାଳା ଦାଶ, ଶକୁନ୍ତଳା ରାଉତ, ଗାୟତ୍ରୀ ମହାନ୍ତି, ଆଦିକନ୍ଦ ରାଉଳ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ବରିଷ୍ଠ ନେତା ନୃସିଂହ ଆଚାର୍ଯ୍ୟ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବଳରାମ ସିଂହ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ, ଦେବେନ୍ଦ୍ର ବିଶ୍ୱାଳଙ୍କ ପ୍ରେରିତ ଶୋକବାର୍ତ୍ତା ପାଠ କରାଯାଇଥିଲା । ସୁକନ ସାହୁ, ନଳିନୀକାନ୍ତ ସ୍ୱାଇଁ, ଗୋଲେଖ ପାତ୍ର, ହୃଷିକେଶ ରାଉତ, ସଞ୍ଜୟ ମଲ୍ଲିକ, ପ୍ରଫେସର ଦିଲ୍ଲିପ କୁମାର ମଲ୍ଲିକ, ଜନ୍ମେଜୟ ମଲ୍ଲିକ, ନିରଞ୍ଜନ ସୁନ୍ଦରରାୟ, କୁଳମଣି ମଲ୍ଲିକ, କେଦାର ବିଶ୍ୱାଳ, ବୃନ୍ଦାବନ ମଲ୍ଲିକ, ଦିଲ୍ଲିପ ବିଶ୍ୱାଳ, ଗଗନ ମାହାଲିକ, ରବିନ୍ଦ୍ର ପରିଡା, ନରେନ୍ଦ୍ର ଧଳ, ପ୍ରଶନ୍ନ ଦାଶ, ଉଲ୍ଲାସ ଚନ୍ଦ୍ର ମଲ୍ଲିକ, ଅଜୀତ ମଲ୍ଲିକ, ତ୍ରିନାଥ ମଲ୍ଲିକ, ରାଜକିରନ ରାଉତ, ଦଶରଥ ମଲ୍ଲିକ, ଜୟନ୍ତ ବେହୁରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମିତିସଭ୍ୟ ଅଭୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ