ଜନମହୋତ୍ସବ ସପ୍ତାହ ପାଳନ ଅବସରରେ ସଚେତନତା ସଭା

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) ଜନମହୋତ୍ସବ ସପ୍ତାହ ପାଳନ ଅବସରରେ ଅନୋସ୍ଲ ହାଇସ୍କୁଲ ପକ୍ଷରୁ ସଚେତନତା ସଭା, ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ,ଚେତନତା ଶିବିର ଆୟୋଜନ କରାଯାଇ ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏମ.ଧନଞ୍ଚୟ ରେଡ୍ଡୀ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ । ସଭାରେ ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଅରୁଣ କୁମାର ଶତପଥୀ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ ହେବାକୁ ନିବେଦନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେ ଏବଂ ବରିଷ୍ଠ ଶିକ୍ଷକ ହାଡିବନ୍ଧୁ ଗଡନାୟକ , ସମ୍ମାନନୀୟ ଅତିଥ୍ୟ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ