ଜନରାଜ୍ୟ ଦିବସରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିଶ୍ରୁତି କାର୍ଯ୍ୟକାରିତାରେ କେନ୍ଦ୍ର ସରକାର ଉଦାସୀନତା ତଥା କାଳକ୍ଷେପଣ ନୀତିକୁ ବିରୋଧ କରି ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଜନରାଜ୍ୟ ଦିବସରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ସ୍ଥାନୀୟ ବିଚାରଗଞ୍ଜ ଛକରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କୃଷକ ନେତା ସୀତାଂଶୁ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ କୃଷକ-ଶ୍ରମିକ ମାରଣ ନୀତିକୁ ବକ୍ତାମାନେ ଦୃଢ଼ ସମାଲୋଚନା କରିଥିଲେ । ଦେଶର ସମ୍ବିଧାନ ପ୍ରଦତ୍ତ ନାଗରିକଙ୍କ ମୌଳିକ ଅଧିକାର ଓ ସାଂପ୍ରଦାୟିକ ସଦଭାବନାକୁ କେନ୍ଦ୍ର ସରକାର କ୍ଷୁର୍ଣ୍ଣ କରୁଥିôବା ସେମାନେ ଆରୋପ ଉଠାଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଚାଷୀ ଓ ଚାଷ ବିରୋଧୀ କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଦୀର୍ଘଦିନର ଐତିହାସିକ ଆନ୍ଦୋଳନ ଫଳରେ ଏହି କଳା ଆଇନକୁ ପ୍ରତ୍ୟାହାର ପ୍ରାଇଁ ସରକାର ବାଧ୍ୟ ହୋଇଥିଲେ । ଅନ୍ୟପକ୍ଷରେ ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟକୁ ଲାଗୁ କରିବା, ପ୍ରସ୍ତାବିତ କଳା ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର, କୃଷକ ଆନ୍ଦୋଳନରେ ମୃତକଙ୍କ ପରିବାରକୁ ଆର୍ଥିକ ଅନୁଦାନ ପ୍ରଦାନ ଓ ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା ସମସ୍ତ ମୋକଦମାକୁ ପ୍ରତ୍ୟାହାର ପାଇଁ ସରକାର ଦେଇଥିବା ଦେଇଥିବା ପ୍ରତିଶ୍ରୁତି ଅଦ୍ୟାବଧି କାର୍ଯ୍ୟକାରୀ ନହେବା ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ସାମ୍ପ୍ରତିକ ସ୍ଥିତିରେ ଦେଶରେ ଦରଦାମ ଓ ବେକାରୀ ବୃଦ୍ଧି ଚରମ ସୀମାରେ ପହଞ୍ଚଥିବା ବେଳେ କେନ୍ଦ୍ର ସରକାର ଜାତି, ଧର୍ମ ଓ ସଂପ୍ରଦାୟ ଆଳରେ ଲୋକଙ୍କୁ ବିଭାଜନ ପାଇଁ ହୀନ ଉଦ୍ୟମ କରୁଥିବା ବକ୍ତାମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ସମ୍ବିଧାନର ସୁରକ୍ଷା ଓ ଦେଶର ଅଖଣ୍ଡତା ରକ୍ଷା କରିବା ଦିଗରେ ସମସ୍ତ ସ୍ୱାଧୀନ ଚେତା, ଦେଶପ୍ରେମୀ ଜନଗଣ ଐକ୍ୟବଦ୍ଧ ହେବାକୁ ସଭାରେ ସେମାନେ ଆହ୍ୱାନ ଦେଇଥିଲେ । ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଶିଶିର ହୁଇ, ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଆଇନଜୀବୀ ତଥା ସି.ପି.ଆଇ. ନେତା ନିରଞ୍ଜନ ପରିଡ଼ାଙ୍କ ସମେତ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ନାରୀନେତ୍ରୀ ବନ୍ଦନା ପାତ୍ର, ସିପିଆଇ(ଏମ୍‌)ର ରାଜ୍ୟନେତା ନିର୍ମଳ ନାୟକ, ବିଜୟ ପାତ୍ର ଓ ପ୍ରେମରଞ୍ଜନ ପାତ୍ର, ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା, ପରିବହନ ଶ୍ରମିକନେତା ରାଜକିଶୋର ଲେଙ୍କା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ଧନ୍ୟବାଦ ଦେଇଥିଲେ । ସଭା ପରିଚାଳନାରେ ଯତୀନ୍ ପାତ୍ର, ପ୍ରଦୀପ ସ, ଶରତ ଦଳେଇ ଓ ଉମାକାନ୍ତ ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ