ଜନଶକ୍ତି ପାର୍ଟି ପକ୍ଷରୁ ଡାକ୍ତର ଗୋବିନ୍ଦ ଦାସଙ୍କ ଜନ୍ମଦିନ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ପୁରୀରେ ଜନ୍ମଗ୍ରହଣ କରି କେନ୍ଦ୍ରାପଡାର ଓକିଲ ବିଧୁପ୍ରସାଦ ମହାପାତ୍ରଙ୍କ ଝିଅକୁ ବିବାହକରି ପ୍ରଥମେ ମିଲଟାରୀରେ ଡାକ୍ତର ଚାକିରୀ ଆରମ୍ଭ କରି ପରେ ରାଜ୍ୟପାଳଙ୍କ ଡାକ୍ତର ଭାବେ କାର୍ଯ୍ୟକରି ଅବସରନେବା ପରେ କେନ୍ଦ୍ରାପଡାର ଜନସାଧାରଣଙ୍କୁ ସ୍ୱଳ୍ପ ମୂଲ୍ୟରେ ସେବା ଯୋଗାଇଦେଆଆସୁଥିବା ଡାକ୍ତର ଗୋବିନ୍ଦ ଦାସ ସାଧାରଣରେ ଆଦୃତ ଲାଭ କରିଛନ୍ତି । ଜନଶକ୍ତି ପାର୍ଟି ପକ୍ଷରୁ ସେହି ଡାକ୍ତର ଦାସଙ୍କ ୯୫ତମ ଜନ୍ମଦିନ ଅବସରରେ ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ, ରମେଶ ଥାଟୋଇ, ଶାନ୍ତନୁ ନାୟକ, ସୁଶାନ୍ତ ପାଣିଗ୍ରାହୀ, ଦିଲ୍ଲିପ ଜେନା, ବିବେକ ନାୟକ, ପ୍ରଭାତ ବେହେରା ପ୍ରମୁଖ ତାଙ୍କ ବଳଗଣ୍ଡିସ୍ଥିତ ବାସଭବନରେ ପହଁଚି ପୁଷ୍ପଗୁଛ,ଉତ୍ତରୀୟ ଓ ମିଷ୍ଟାନ୍ନ ପ୍ରଦାନ ପୂର୍ବକ ଡାକ୍ତର ଦାସଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଡାକ୍ତର ଦାସ ଦେଶର ପ୍ରଥମ ପ୍ରାଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ମଧ୍ୟ ଚିକିତ୍ସା କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ