ଜନଶୁଣାଣୀ କାର୍ଯ୍ୟକ୍ରମର ଦିନକ ମଧ୍ୟରେ ସହାୟତା ପାଇଲେ ମହିଳା

ବାଲେଶ୍ୱର, (ସରୋଜ ପଣ୍ଡା):ଜନସାଧାରଣଙ୍କ ନିକରେ ପ୍ରଶାସନକୁ ପହଞ୍ଚାଇବା ତଥା ସେମାନଙ୍କ ସମସ୍ୟା ସମାଧାନ କରିବାରେ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି ବିଧାୟକଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ । ଏହି କ୍ରମରେ ବାଲେଶ୍ଵର ପୌରପାଳିକା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜନୈକ ମହିଳା ନିଜ ସ୍ଵାମୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିବାର ଦିନକ ମଧ୍ୟରେ ସରକାରୀ ସହାୟତା ପାଇଛନ୍ତି। ପୌରପାଳିକା ଅନ୍ତର୍ଗତ ୧୫ନଂ ୱାର୍ଡ଼ର ମିନତୀ ଜେନା ଭୁବନେଶ୍ୱରରେ ଚିକିତ୍ସାଧୀନ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବିଧାୟକଙ୍କ ନିକଟରେ ଆବେଦନ କରିଥିଲେ। ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ମାଧ୍ଯମରେ ସ୍ଵାମୀଙ୍କ ଚିକିତ୍ସା ଚାଲିଥିବା ବେଳେ ଅଧିକ ଅର୍ଥର ଆବଶ୍ୟକତା ଥିବା ମିନତୀ ଦର୍ଶାଇଥିଲେ । ତାଙ୍କର ଆବେଦନକୁ ଗୁରୁତ୍ଵ ଦେଇ ଜିଲ୍ଳା ପ୍ରଶାସନ ସହ ଆଲୋଚନା ପରେ ବିଧାୟକ ଶ୍ରୀ ଦତ୍ତ ତୁରନ୍ତ ମିନତୀଙ୍କ ପାଇଁ ଆର୍ଥିକ ସହୟତା ବ୍ୟବସ୍ଥା କରିଥିଲେ । ସେହିକ୍ରମରେ ବିଧାୟକଙ୍କ କାର୍ଯ୍ୟାଳୟରେ ମିନତୀଙ୍କୁ ଜିଲ୍ଲା ପ୍ରଶାସନ ପ୍ରଦତ୍ତ ୧୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ତୃଣମୂଳସ୍ତରରେ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟାର ତ୍ଵରିତ ସମାଧାନ ପାଇଁ ରାଜ୍ୟର ମୋହନ ମାଝୀ ସରକାର ଦୃଢ଼ ପ୍ରତିବଦ୍ଧ । ଜନସାଧାରଣ ସାମନା କରୁଥିବା ପ୍ରତ୍ୟେକ ସମସ୍ୟା ସମ୍ପର୍କରେ ଅବଗତ ହେବା ଜନଶୁଣାଣୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ଭଳି କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନର କାର୍ଯ୍ୟଶୈଳୀକୁ ଅଧିକ ଜନକେନ୍ଦ୍ରିକ କରାଯାଇପାରିବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ….. ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ