ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ହାଟଡିହି, (ବିକାଶ ବିଶ୍ୱାଳ ) : ପାର୍ଲ୍ୟାମେଣ୍ଟର ଶୀତ କାଳୀନ ଅଧିବେଶନରେ ଜାତୀୟ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଆଣିବାପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମପଞ୍ଚାତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ୱରଞ୍ଜନ ବେହେରା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଜନସଂଖ୍ୟା ବୃଦ୍ଧି ହେତୁ ବଣଜଂଗଳ ନଷ୍ଟକରି ଜନବସତି ସ୍ଥାପନ କରୁଛନ୍ତି । ଘଞ୍ଚ ଜଂଗଲ ହ୍ରାସ ପାଉଥିବା ବେଳେ ବନ୍ୟଜନ୍ତୁ ବନ୍ୟଜନ୍ତୁ, ପଶୁପକ୍ଷୀଙ୍କ ବାସସ୍ଥାନ ହରାଉଛନ୍ତି । ଫଳରେ ହାତୀ, ବାଘ, ଭାଲୁ ସହିତ ଅନେକ ବନ୍ୟଜନ୍ତୁ ଜନବସତି ମୁହାଁ ହୋଇ ଫସଲ ନଷ୍ଟ କରୁଛନ୍ତି । ବେକାରୀ ସମସ୍ୟା ବୃଦ୍ଧି ପାଉଥିବାରୁ କାଠ ମାଫିଆ ମାନେ ବଣଜଂଗଲ କାଟି ସଫା କରିବା ଦ୍ୱାରା ଜୈବ ବିବିଧତା ହ୍ରାସ ପାଉଛି । ଏପରିକି ବଣ ଜଂଗଳରେ ଥିବା ବନୌଷଧି ହ୍ରାସ ପାଇବାରେ ଲାଗିଛି । ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଜନସଂଖ୍ୟା ବୃଦ୍ଧି ହେତୁ ପରିବେଶ ଦୂଷିତ ହେବାରେ ଲାଗିଛି । ଚାଷଜମି ହ୍ରାସ ପାଇବା ସହିତ ଦୃତ ଜଂଗଲ କ୍ଷୟ ଦ୍ୱାରା ଜଳସଙ୍କଟ ସୃଷ୍ଟି ହେବାସହ ନଦୀ, ଝରଣା ଆଦି ଶୁଖିଲା ପଡୁଛି । ଯାହାଦ୍ୱାରାକି ଭବିଷ୍ୟତରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ଦେଖା ଦେଇଛିବୋଲି ସେ ଏହି ପତ୍ରରେ ଉଲେଖ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ନିୟନ୍ତ୍ରଣ ଦିବସ ଦିନ ‘କେନ୍ଦୁଝର ବଞ୍ଚାଅ ମଞ୍ଚ’ ଓ ‘ଗ୍ରୀନ ଓଡିଶା’ ସଂଗଠନ ମାଧ୍ୟମରେ ଜନସଚେତନତା ସୃଷ୍ଟିକରି ଶ୍ରୀ ବେହେରା ସମାଜସେବା କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ