ଜନସଂଖ୍ୟା ନିୟନ୍ତ୍ରଣ ଫାଉଣ୍ଡେସନ ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମର ଶ୍ରୀରାମ ମନ୍ଦିର ଛକ ଠାରେ ଜନସଂଖ୍ୟା ନୀୟନ୍ତ୍ରଣ ଫାଉଣ୍ଡେସନ ପଶ୍ଚିମ ମୟୁରଭଞ୍ଜ ପକ୍ଷରୁ ସଭାପତି ଶ୍ରୀ ଜୟନ୍ତ କୁମାର ମହାପାତ୍ର’ଙ୍କ ସଭାତିତ୍ବରେ ପ୍ରତିଜ୍ଞା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଭାରତ ମାତା’ଙ୍କ ଫୋଟ ଚିତ୍ରରେ ଧୂପଦୀପ ପ୍ରଜ୍ବଳନ କରାଯିବା ପରେ ତ୍ରୀରଙ୍ଗା ପତାକା କୁ ପ୍ରଣାମ ଜଣାଇ କାର୍ଯକ୍ରମ ଆରମ୍ଭ କରାଯାଇଥିଲା । ଅନିୟନ୍ତ୍ରିତ ଭାବେ ଦେଶର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଦେଶର ବିକାଶରେ ସମସ୍ୟା ସୃଷ୍ଟି କରୁଥିଲାବେଳେ ବେକାରୀ ସମସ୍ୟା,କୁପୋଷଣ,ଗରିବ ସମସ୍ୟା ସହିତ ଦେଶରେ ଅରାଜକତା ବୃଦ୍ଧି ପାଇବା ଏବଂ ଏହାଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । ତେଣୁ ଦେଶରେ ଜନସଂଖ୍ୟା ନୀୟନ୍ତ୍ରଣ ଆଇନ୍ ପ୍ରଣୟନ କରାଯାଇ ଜାତି,ଧର୍ମ ତଥା ଭାଷାରୁ ଉର୍ଦ୍ଧରେ ରହି ଏହାକୁ କଡାକଡି ଭାବେ ପାଳନ କରାଯିବାର ଆବଶ୍ୟକତା ରହିଛି ବୋଲି ସଭାରେ ଉପସ୍ଥିତ ଅତିଥି ମାନେ ଆଲୋଚନାରେ ପ୍ରକାଶ କରିଥିଲେ।ଜନସଂଖ୍ୟା ନିୟନ୍ତ୍ରଣ ଫାଉଣ୍ଡେସନ ପକ୍ଷରୁ ୨୦୧୩’ ମସିହାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ଉପାଧ୍ୟକ୍ଷ ତଥା ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପ୍ରଭାରୀ ନିଗମାନନ୍ଦ ପଟ୍ଟନାୟକ,ମୁଖ୍ୟବକ୍ତା ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମାର୍ଗଦର୍ଶକ ଶ୍ରୀ ଶରତ ଚନ୍ଦ୍ର ବସା,ବକ୍ତା ଶ୍ରୀ ସୁଦର୍ଶନ ବସା,ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା ପ୍ରଚାରକ ସତ୍ୟବ୍ରତ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲା ବେଳେ ସୁବୀର କୁମାର ବସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ଦୀପାବଳୀ ଉତ୍ସବ ଅବସରରେ କୋଭିଡ୍-୧୯ ନିୟନ୍ତ୍ରଣ ଗାଇଡ୍ଲାଇନ୍ କୁ ଦୃଷ୍ଟିରେ ରଖି ସୀମିତ ସଦସ୍ୟଙ୍କ ସହିତ କାର୍ଯ୍ୟକ୍ରମ ପାଳନ ହେବାପରେ ସ୍ବାକ୍ଷର ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉତ୍ତମ କୁମାର ବସା,କୁଆଁର ସାହୁ,ବଳରାମ ବସା,ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।