ଜନସମସ୍ୟା ଓ ସଚେତନତାରେ ଗଣମାଧ୍ୟମର ପ୍ରମୁଖ ଭୂମିକା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ପାକ୍ଷିକ ସମ୍ବାଦପତ୍ର ଅରଭାନୀ ସମୟର ୧୫ତମ ସ୍ୱନକ୍ଷତ୍ର ସ୍ଥାନୀୟ ୟୁନିଟ୍ -୯ସ୍ଥିତ ଜନକଲ୍ୟାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ‘ପକ୍ଷପାତିତା ଗଣମାଧ୍ୟମ ରାଷ୍ଟ୍ର ଅହିତ’ ଏହି କ୍ରମରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ମନୋରଞ୍ଜନ ମହାନ୍ତି, ସମ୍ପାଦକ ରମେଶ କୁମାର ମହାପାତ୍ର ଖବର କାଗଜକୁ ଉନ୍ମୋଚିତ କରିବା ସହିତ ଆଂଚଳିକ ସମ୍ବାଦପତ୍ରର ଅଧୁନା ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତଥା ରାଷ୍ଟ୍ରର ବିକାଶରେ ଖବର କିପରି ପରିବେଷଣ ସଠିକ୍ ଭାବରେ ହୋଇପାରିବ ତାହାର ବିଭିନ୍ନ ଦିଗରେ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ଯେ ବର୍ତମାନ ସମୟରେ ସମ୍ବାଦପତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହିତ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଶଷ କରିବା ବହୁ କଷ୍ଟକର ବ୍ୟାପାର ହୋଇପଡ଼ିଛି । ତଥାପି ଗଣମାଧ୍ୟମ ଯଥାସାଧ୍ୟ ଏ ଦିଗରେ ପ୍ରୟାସ ଜାରି ରଖିଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ ସ୍ୱତନ୍ତ୍ର କରୋନା ଯୋଦ୍ଧା ସମ୍ମାନ ସଂଜୟ କୁମାର ଚୌଧୁରୀ, ବନମାଳୀ ସାମନ୍ତରା, ସାହିତ୍ୟିକା ଓ କବି ଶାନ୍ତିପ୍ରଭା ନାୟକ, ସାମ୍ବାଦିକା ଶଶିକଳା ପ୍ରଧାନ, ସମାଜସେବିକା ଗାୟତ୍ରୀ ସାମନ୍ତ, ବରିଷ୍ଠ କବି ଓ ସମାଜ ସଂସ୍କାରକ ପୂର୍ଣ୍ଣଚନ୍ଦ୍ର ସୁନାନୀ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉପସ୍ଥାପିକା, ସୁସାହିତ୍ୟିକା ମିନତୀ ବେହେରା । ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ । କାର୍ଯ୍ୟକ୍ରମକୁ  ସାମ୍ବାଦିକା ରୀନା ମହାନ୍ତି, ନାରାୟଣ ଖୁଂଟିଆ, ସମିତା ମହାରଣା, ସତ୍ୟବ୍ରତ ଜେନା, ସୀତାଂଶୁ ଶେଖର ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ