ଜନସେବାକେନ୍ଦ୍ର ର ତାଲା ଭାଙ୍ଗି ୯୦ ହଜାର  ଲୁଟିଲେ ଦୁର୍ବୃତ୍ତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଇଲାକାରେ ଦିନକୁ ଦିନ ଚୋରି ବଢୁଛି। ଥାନା ଅଧିନ କଇଠଖଣ୍ଡି ଗ୍ରାମ ଛକ ରେ ଥିବା ଜନସେବା କେନ୍ଦ୍ରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ୯୦ ହଜାର ଟଙ୍କା,୪ ଟି ମୋବାଇଲ ଏବଂ କମ୍ପ୍ୟୁଟର ଉପକରଣ ଚୋରି କରି ନେଇଥିବା ଜଣାପଡିଛି। ବୋରିପଦର ଗ୍ରାମର ଜନସେବା କେନ୍ଦ୍ର ପରିଚାଳକ ଜଗନ୍ନାଥ ଗୌଡ଼ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇ ଆଇ ସି ବାବା ଶଙ୍କର ସରାଫ ଥାନା ମାମଲା ନଂ.୨୬୦/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଶନିବାର ସନ୍ଧ୍ୟାରେ ଜଗନ୍ନାଥ କାମ ସାରି ଜନସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରିଥିଲେ। ରବିବାର ସକାଳେ ସେ ଜନସେବାକେନ୍ଦ୍ର କୁ ଆସିବା ପରେ ତାଲା ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ସେ ଏତଲା ରେ ଉଲ୍ଲେଖ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ