ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ୧୯୭୧ ବ୍ୟାଚ୍ର ବନ୍ଧୁମିଳନ
ବନ୍ତ, (ଚାନ୍ଦିନୀ ମହାନ୍ତି):ରବିବାର ବନ୍ତ ବ୍ଲକ ସେଣ୍ଢତୀରା ମଇ ବିଦ୍ୟାଳୟ ପରିସରରେ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ୧୯୭୧ ବ୍ୟାଚ୍ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ ଡି.ଆଇ. ପଦ୍ମଲୋଚନ ଦାସ, ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପହି, ଜଗନ୍ନାଥ ନନ୍ଦ, ହୃଷିକେଶ ସାହୁ, ଗଣେଶ ପ୍ରସାଦ କରଶର୍ମା, ଅନାମ ଚରଣ ପହି, ଗୋବିନ୍ଦ ଚନ୍ଦ୍ର ନାୟକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପରଲୋକଗତ ଶିକ୍ଷକ ଓ ସହପାଠୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ପୁରାତନ ଛାତ୍ର ଶ୍ରୀକାନ୍ତ ସାମଲ, ରବିନ୍ଦ୍ରନାଥ ଜେନା, ପିତାମ୍ବର ରାଉତ, ଭ୍ରମରବର ବିଶ୍ୱାଳ, ରଘୁନାଥ ଭୂୟାଁ, ଗୋପାଳ ଚନ୍ଦ୍ର ସେନାପତି, ଗଙ୍ଗାଧର ସେନାପତି, ଅଦାଦି ଚରଣ ପାତ୍ର, ସନ୍ତୋଷ କୁମାର ଜେନା, ରବିନ୍ଦ୍ର ଧଳ, ହୃଷିକେଶ ଜେନା, ନିତ୍ୟାନନ୍ଦ ପ୍ରଧାନ, ନିରୋଦ କୁମାର ମହାପାତ୍ର, ସୁଦର୍ଶନ ରାଉତ, ଭାସ୍କର ଚନ୍ଦ୍ର ପାତ୍ର, ଭାସ୍କର ଚନ୍ଦ୍ର ସେଠୀ, ଦଶରଥ ଜେନା, ଗୋଦାବରୀଶ ଗାହାଣ, ଉମାକାନ୍ତ ପଣ୍ଡା, ଶଙ୍କର୍ଷଣ ପହି, ଶଙ୍କର୍ଷଣ ଜେନା, ଭାସ୍କର ଚନ୍ଦ୍ର ଶଂଖୁଆ, ପର୍ଶୁରାମ ନାୟକ, ଛାତ୍ରୀ ସରୋଜିନୀ ପହି, ସାବିତ୍ରୀ ବିଶ୍ୱାଳ ଯୋଗ ଦେଇ ନିଜର ପରିଚୟ ପ୍ରଦାନ କରିବା ସହିତ ନିଜର ଶିକ୍ଷାଗୁରୁଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦାମୋଦର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାପୀଠର ଶିକ୍ଷୟିତ୍ରୀ ସବିତା ସାହୁ, ପଦ୍ମାବତୀ ଧଳ, ଭାରତୀ ତ୍ରିପାଠୀ ବବିଲତା ପ୍ରଧାନ, ସ୍ଥିତପ୍ରଜ୍ଞା ସେଠୀ ଯୋଗ ଦେଇଥିଲେ ।