ଜନ୍ମଦିନରେ ରକ୍ତଦାନ କରନ୍ତୁ ,ଅଧ୍ୟକ୍ଷା, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ
ଭୂବନେଶ୍ୱର, (ଓ୍ବାଇଏନ୍ଏସ୍): ନିଜ ଜନ୍ମଦିନ, ବିବାହ ବାର୍ଷିକୀ, ନିଜ ପିତାମାତାଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ସହିତ ସମାଜର ମଙ୍ଗଳ ସାଧନ କରନ୍ତୁ ବୋଲି ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ରାଉତରାୟ ମତବ୍ୟକ୍ତ କରିଥିଲେ । ଉକ୍ତ ସ୍ୱେଚ୍ଛାକୃତ ରକ୍ତଦିନ ଶିବିରରେ ୪୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ମହାନଗର ନିଗମ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗ୍ରହ କ୍ଷେତ୍ରରେ ନିୟୋଜିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ମୁକ୍ତିଲତା ପାଲ, ସାସ୍ୱତୀ ମହାନ୍ତି, ଚିନ୍ମୟୀ ପାତ୍ର, ଅଧ୍ୟାପକ ଶିବରାଜ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଏଥିରେ ଅନେକ ଦମ୍ପତ୍ତି ମିଳିତ ଭାବେ ରକ୍ତଦାନ କରିଥିଲେ । ଆଜି ମଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ମକରଧ୍ୱଜ ମିଶ୍ରଙ୍କୁ ଅବସରକାଳୀନ ବିଦାୟ ପ୍ରଦାନ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ଅଳକାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।