ଜନ୍ମରୁ ଅସହାୟ ଯନ୍ତ୍ରଣାରେ ଛଟପଟ ହେଉଛି ୪ ବର୍ଷର ଶିଶୁପୁତ୍ର; ଅର୍ଥ ସାଜିଛି ବାଧକ

ଘଟଗାଁ,(ନାରାୟଣ ପଲାଇ):ପ୍ରତ୍ୟେକ ଶିଶୁ ଉତମ ସ୍ୱାସ୍ଥ୍ୟ ନେଇ ଧରାପୃଷ୍ଠକୁ ଅବତରଣ କରିଥାନ୍ତି କିନ୍ତୁ ସେଥି ମଧ୍ୟରୁ ଏମିତି କିଛି ଶିଶୁ ଜନ୍ମ ନେଇଥାନ୍ତି ଯେଉଁ ମାନେ କି ଜନ୍ମରୁ ଅସହାୟ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ୍ ବାଲିପୋଖରୀ ପଂଚାୟତର ହାତିନୋଟା ଗାଁରେ । ଗାଁର ବାବୁଲି ମୁଣ୍ଡାଙ୍କ ୬ବର୍ଷର ଶିଶୁପୁତ୍ରଟିର ଜନ୍ମରୁ ଆଖିକୁ ଦେଖାଯାଉ ନଥିବା ବେଳେ ନିଜେ ଖାଇ ମଧ୍ୟ ପାରୁନାହିଁ କି ଆଜି ପର୍ଯ୍ୟନ୍ତ ନିଜ ଗୋଡରେ ଚଲାବୁଲା ମଧ୍ୟ କରିପାରୁନାହିଁ । ପୁଅର ଚିକିତ୍ସା ପାଇଁ ବାପା ମା ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦୁଝର ଏବଂ କଟକ ବଡ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ଅର୍ଥାଭାବରୁ ହୋଇ ପାରୁନି ଚିକିତ୍ସା । ଅନ୍ୟପଟେ କୁନିପୁଅର ଯନ୍ତ୍ରଣା ସହ୍ୟ କରିପାରୁ ନାହାନ୍ତି ବାପା ମାଆ । ତେବେ ଏ ନେଇ ଆମେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଏହି ରୋଗର ଚିକିତ୍ସା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ଏହି ରୋଗ ଧିରେ ଧିରେ ଭଲ ହେବ ବୋଲି କହିବା ସହିତ ଆମେ ଯଥା ଶିଘ୍ର ତାଙ୍କୁ ଡକାଇ ଉକ୍ତ ପିଲାଟିର ଚିକିତ୍ସା କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ହାତିନୋଟା ଗ୍ରାମର ବାବୁଲି ମୁଣ୍ଡା ୬ବର୍ଷର କୁନିପୁଅ ରାହୁଲ ମୁଣ୍ଡା । ରାହୁଲ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହୋଇଥିଲା । ଜନ୍ମ ହେବା ପରେ ବାପା ଜାଣୀବାକୁ ପାଇଲେ ପୁଅର ଆଖିକୁ କିଛି ଦେଖାଯାଉନି ଏବଂ ଗୋଡ ଗୁଡିକ ମଧ୍ୟ ଶରୁ ହୋଇଯାଇଥିବାର ଦେଖି ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତର ମଧ୍ୟ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଘଟଗାଁ ଚିକିତ୍ସାଧିକାରୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ କିଛି ଦିନ ଚିକିତ୍ସା ହେବା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳ୍ୟରୁ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ରାହୁଲର ବାପା ଜଣେ ସାଧାରଣ ଖଟିଖିଆ ଲୋକ, ଭୁବନେଶ୍ୱର ମେଡିକାଲ ନେଲେ ଟଙ୍କା ଦରକାର । ବାବୁଲି ପାଖରେ ମଧ୍ୟ ଟଙ୍କା ପଇସାର ନାହିଁ । ତଥାବି ପଛଘୁଂଚା ନଦେଇ ଧାର କରଜ କରି ନିଜପୁଅକୁ ଭଲକରିବା ପାଇଁ ଭୁବନେଶ୍ୱର ଡାକ୍ତରଖାନା ନେଲେ । ଭୁବନେଶ୍ୱରରୁ ଡାକ୍ତରମ ମାନେ କହିଲେ କଟକ ପାକ୍ତରଖାନା ନେଇଯାଅ । ବାବୁଲି ପୁଅକୁ କଟକ ବଡ ଡାକ୍ତରଖାନାକୁ ଆଣିଲେ । ସେଠାରେ ଡାକ୍ତର ମାନେ କହିଲେ ରାହୁଲର ମୁଣ୍ଡ ଅପରେସନ ହେବ ଏବଂ ଏଥିପାଇଁ ପ୍ରଚୁର ଟଙ୍କା ଦରକାର ପଡିବ । ରାହୁଲ୍‌ର ବାପା ବାବୁଲି ମୁଣ୍ଡା ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପାଖରେ ରାହୁଲର ମୁଣ୍ଡ ଅପେରେସନ କରାଇବା ପାଇଁ ଅର୍ଥ ନଥିବାରୁ ସେ ଆଉ କଟକ ମେଡିକାଲ ଯାଇପାରୁ ନାହାନ୍ତି । ଯାହାଫଳରେ ଏବେ ଭଗବାନଙ୍କୁ ଭରଷା କରି ରହିଛନ୍ତି । ନିଜ ଆଖି ଆଗରେ କୁନି ପୁଅର ଏଭଳି ଅବସ୍ଥା ଦେଖି ବାପା ମାଆ ମୁହଁରେ ହରସ ନାହିଁ । କିଏ ଟିକେ ମୋ ପୁଅକୁ ସାହାଯ୍ୟ କରି ଭଲ କରିଦିଅନ୍ତୁ ବୋଲି ନେହୁରା ହେଉଛନ୍ତି । ବର୍ତମାନ ବାବୁଲି ମୁଣ୍ଡାଙ୍କୁ ତାଙ୍କ ପୁଅର ଉତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏପଟେ ରାହୁଲ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ବର୍ତମାନ ବାବୁଲିଙ୍କ ପରିବାର କେବଳ ଭଗବାନଙ୍କ ଉପରେ ଭରଷା କରି ରହିଛନ୍ତି । ଅନ୍ୟପକ୍ଷରେ ଆମେ ଏ ବିଷୟରେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଙ୍କୁ ଅବଗତ କରାଇବାରୁ ସେ ଖୁବଶୀଘ୍ର ରାହୁଲକୁ ସରକାରୀ ସହାୟତା ଯୋଗାଇ ଦେବା ସହ କଟକ ବଡ ମେଡିକାଲ ପଠାଇ ଉତମ ଚିକିତ୍ସା କରାଇବେ ବୋଲି କହିଛନ୍ତିି । କଥାରେ ଅଛି ଗରିବକୁ ଦଇବ ସାହା । ସେହିପରି ଅର୍ଥାଭାବରୁ ନିଜ ପୁଅର ଉନ୍ନତ ଚିକିତ୍ସା କରାଇପାରୁ ନଥିବା ବାବୁଲିକୁ ଏବେ କେବଳ ଭଗବାନହିଁ ଭରସା । ତେବେ ରାହୁଲ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତାର ଚିକିତ୍ସା ପାଇଁ ସହାୟତାର ହାତ ବଢାବାକୁ ଗ୍ରାମବାସୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ