ଜନ୍ମରେ କାନ୍ଦନ୍ତି ମୃତ୍ୟୁରେ ଉତ୍ସବ ମନାନ୍ତି
ଭାରତରେ ଥିବା ଜନଜାତିଙ୍କର ପରମ୍ପରା ସାଧାରଣ ଚଳଣିଠାରୁ ଢ଼େର ଅଲଗା । ଡଙ୍ଗରିଆ କନ୍ଧ, କୋୟା ଏବଂ ସୌରା ଆଦି ଜନଜାତି ଘରେ ଶିଶୁ ଜନ୍ମ ହେଲେ କନ୍ଦାକଟା କରିଥାନ୍ତି । ଅପରପକ୍ଷରେ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁରେ ସେମାନେ ଉତ୍ସବ ମନାଇଥାନ୍ତି । ସେମାନଙ୍କ ବିଶ୍ୱାସ ଯେ ଶିଶୁ ଜନ୍ମ ହେଲେ ସେ ନିଶ୍ଚିତ ଭାବେ ଜୀବନରେ ନାନା କଷ୍ଟ ଭୋଗିବ । ସେଥିପାଇଁ ନବଜାତ ଶିଶୁକୁ ଧରି ଏସବୁ ଜନଜାତି ମିଳିତ ଭାବେ କାନ୍ଦିଥାନ୍ତି । ମାତ୍ର ମୃତ୍ୟୁ ହେଲେ ଜୀବନର କଷ୍ଟରୁ ମୁକ୍ତି ମିଳିଥାଏ । ଏହା ଏକ ଶୁଭ କାର୍ଯ୍ୟ ଭାବେ ପରିଗଣିତ କରି ଏହି ଜନଜାତି ଉତ୍ସବ ମନାଇବା ସହିତ ଖଜୁରୀ ତାଡ଼ି ଅବା ହାଣ୍ଡିଆ ପିଇ ଭୋଜିଭାତରେ ମସଗୁଲ୍ ରହିଥାନ୍ତି ।


