ସୁସ୍ଥ ଶରୀର ପାଇଁ ସହାୟକ ଆଣ୍ଟିବାୟୋଟିକ୍ ଜିନ୍

ପେଟର ଜୀବାଣୁରେ ୬୦୦୦ରୁ ଅଧିକ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଜିନ୍ ମିଳିଛି । ବ୍ରିଟେନର ଗବେଷକମାନେ ପେଟରେ ରହିଥିବା ଜୀବାଣୁରେ ୬୦୦୦ରୁ ଅଧିକ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଜିନ୍ର ପରିଚୟ ପାଇଛନ୍ତିି । ୟୁନିଭର୍ସିଟି ଅଫ୍ ବ୍ରିମିନ୍ଘମ୍ରେ ଅଧ୍ୟାପକ ଉଇଲିୟମ୍ ଭେନ୍ ଶିକେ କହିଛନ୍ତି ଯେ, ପେଟର ଅଧିକାଂଶ ଜୀବାଣୁ ଶରୀରକୁ ଲାଭ ପ୍ରଦାନ କରିଥାନ୍ତି । କିନ୍ତୁ ଏଥିରେ ଏଭଳି ଜୀବାଣୁ ମଧ୍ୟ ରହିଥାନ୍ତି, ଯାହା ସଂକ୍ରମଣ ବୃଦ୍ଧି କରନ୍ତି । ଶିକେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ କେତେକ ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍ସ ଉତ୍ପନ୍ନରେ ବାଧା ସୃଷ୍ଟି କରନ୍ତି । ଆମକୁ ଏହି ବିକାଶରେ ଯୋଗଦାନ କରୁଥିବା ପ୍ରକ୍ରିୟାକୁ ବୁଝିବା ଦରକାର । ଫ୍ରାନ୍ସର ନ୍ୟାସ୍ନାଲ୍ ଇନ୍ଷ୍ଟୁଚ୍ୟୁଟ୍ ଅଫ୍ ଡେନ୍ଟାଲ ରିସର୍ଚ୍ଚ (ଆଇଏନ୍ଆରଏ)ର ଗବେଷକଙ୍କ ଏକ ଟିମ୍ ଏହି ଜୀବାଣୁରେ ପ୍ରତିରୋଧ ଜିନ୍କୁ ଚିହ୍ନିବା ପାଇଁ ଏକ ନୂଆ ବିଧି ବିକଶିତ କରିଛନ୍ତି । ଯାହା ଦ୍ୱାରା କେତେକ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଏନ୍ଜାଇମ ସଂରଞ୍ଚନାର ତୁଳନା ପେଟର ଜୀବାଣୁ ଦ୍ୱାରା ଉତ୍ପାଦିତ ପ୍ରୋଟିନ୍ରୁ ସୃଷ୍ଟିି । ଏହା ପରେ ଏହି ବିଧିକୁ ପେଟର ବହୁ ଜିନ୍କୁ କ୍ରମରେ ସେଟ୍ କରେ । ଯାହା ଦ୍ୱାରା ୬୦୦୦ରୁ ଅଧିକ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଜିନ୍ର ପରିଚୟ ମିଳିପାରିଛି । ଶିକେ କହିଛନ୍ତି ଯେ, ଏଥିରୁ ଅଧିକତର ଜିନ୍ ଜୀବାଣୁ ମାନବ ସ୍ୱାସ୍ଥ୍ୟ ପାଇଁ ତକ୍ରାଳ ବିପଦ ହୁଏନାହିଁ । ଏଥିପାଇଁ ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ତକ୍ରାଳ ବିପଦ ହୋଇପାରେ ନାହିଁ । କିନ୍ତୁ ଆଣ୍ଟିବାୟୋଟିକ୍ ଔଷଧକୁ ନିରନ୍ତର ଉପଯୋଗରୁ ଏହି ପ୍ରତିରୋଧ ଜିନ୍ ରୋଗଜନକ ଜୀବାଣୁରେ ସ୍ଥାନାନ୍ତରିତ ହୋଇପାରିବ । ଯାହା ଦ୍ୱାରା ସଂକ୍ରମଣର ଚିକିତ୍ସାରେ ଆଣ୍ଟିବାୟୋଟିକ୍ର ପ୍ରଭାବ କମ୍ ହୋଇଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ