ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ମେଳା ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁର ମହା ସମାରୋହରେ ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ପଣ୍ଡିତ କୈଳାସ ଚନ୍ଦ୍ର ଶତପଥୀ ଓ ମନୋରଂଜନ ଦାଶଙ୍କ ପୈାରହିତ୍ୟ ଏବଂ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ ତତ୍ୱାବଧାନରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ମେଳା ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ଏବଂ ସ୍ଥାନୀୟ ଅଂଚଳର କୁନି କୁନି ପ୍ରାୟ ୧୧୦ ଶିଶୁ ରାଧା କୃଷ୍ଣ ବେଶରେ ବିଦ୍ୟାଳୟକୁ ଆସିବା ସହ ସ୍ଥାନୀୟ ଗୈାରିଶଙ୍କର ମହାପ୍ରଭୁଙ୍କ ମନ୍ଦିରକୁ ଯାଇ ଛତ୍ରପୁର ଅଂଚଳର ଉନ୍ନତି କାମନା କରି ଆସିଥିଲେ । ଛତ୍ରପୁର ତଥା ଓଡିଶାର ବରେଣ୍ୟ ପ୍ରବକ୍ତା ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଛୋଟ ଛୋଟ ଚପଳମତୀ ଶିଶୁ ମାନଙ୍କୁ ସରଳରେ ଆମ ଭିତରେ ଶ୍ରୀକୃଷ୍ଣ ଙ୍କୁ ଖୋଜିବା କୌଶଳ ବିଷୟରେ ବୁଝାଇଥିଲେ । ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ ହେବା ସହ ବେଶଧାରୀ ଶିଶୁ ମାନଙ୍କ ଅଭିଭାବକ ଅଭିଭାବିକା ମାନଙ୍କୁ ବିଦ୍ୟାଳୟ ତରଫରୁ ଉପହାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ପଦ୍ମଚରଣ ସାହୁ, ସଭାପତି ଉପେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଏ.ରାବଣା ରାଓ, ଉପ ସଭାପତି ଗୀତା ପାଢୀ, ସଦସ୍ୟା ସୁନୀତା ସେଠୀ ଏବଂ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା, ଅଭିଭାବକ, ଅଭିଭାବିକା, ସ୍ଥାନୀୟ ଜନ ସାଧାରଣ ସହଯୋଗ କରିଥିଲେ ।