ଜନ୍ମାଷ୍ଟମୀ ପାଇଁ ମଠ ମନ୍ଦିରରେ ଭକ୍ତଙ୍କ ଭିଡ଼
ନିମାପଡ଼ା,(ସନ୍ତୋଷ ଦାଶ):ସୋମବାର ଥିଲା ପବିତ୍ର ଜନ୍ମାଷ୍ଟମୀ।ଏଥିପାଇଁ ନିମାପଡ଼ା, ଗୋପ,କାକଟପୁର, ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ପ୍ରାତଃରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ନୟାହାଟର ଅନନ୍ତ ବାସୁଦେବ ମନ୍ଦିର, ଓଟର ଶାସର ଶ୍ରୀ ଜଗନ୍ନାଥ ମନ୍ଦିର, କୁଦପାଟଣାର ଗୋପାଳକୁଦ ମଠ, ନିଭରଣର ଗ୍ରାମେଶ୍ୱର ମନ୍ଦିର, ନିପାଣିଆଁ ଗଡ଼ର ଅଗି ମଠ , ଚାରିଛକ ଛଣିଜଙ୍ଗର ରାଧାକାନ୍ତ ମନ୍ଦିର ଠାରେ ପୂଜା ପାଉଥିବା ଶ୍ରୀ କୃଷ୍ଣଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ନୂଆମଠ ଠାରେ ଜନ୍ମାଷ୍ଟମୀ ଉତ୍ସବ ମଠର ମୂଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ତ୍ଵାବଧାନରେ ଧୁମ୍ ଧାମ ରେ ପାଳିତ ହୋଇଥିଲା।ସ୍ଥାନୀୟ ମଧୁବନ, ନିପାଣିଆଗଡ଼,ଧୂମାଳ, ନରସିଂହପୁର, ବେତେଣ୍ଡା ଗ୍ରାମର ଶ୍ରଦ୍ଧାଳୁ ମାନେ ମଠକୁ ଯାଇ ଶ୍ରୀ କୃଷ୍ଣ ଓ ବାବା ମଧୁସୂଦନ ଙ୍କ ଦର୍ଶନ କରିଥିଲେ।ପାଇଁ କେତେକ ମଠ, ମନ୍ଦିର ରେ ଭଜନ, ଜଣାଣ, କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। କିଛି ସ୍ଥାନ ରେ ବିଳମ୍ବିତ ରାତିରେ କୃଷ୍ଣ ଜନ୍ମ ନିତି ଅନୁଷ୍ଠିତ ହୋଇଥିଲା। ଜନ୍ମାଷ୍ଟମୀ ପାଇଁ ପ୍ରାଚୀ ଉପତ୍ୟକା ର ସମସ୍ତ ମାଧବ, ନାରାୟଣ ମନ୍ଦିର ଓ ମଠ ସବୁ ଉତ୍ସବ ମୁଖର ହୋଇ ପଡ଼ିଥିଲା।


