ଜନ୍ମ କଲା ଝିଅକୁ କୁଅଁ ରେ ଠେଲିଦେଇ ମାଆ ଫେରାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅଲୋଡା ଶିଶୁ କନ୍ୟା ନିଷ୍ପାପ କମୋଳ ମତି ଶିଶୁ କନ୍ୟା ଟିକୁ ଜନ୍ମ କଲା ମାଆ କୂଅ ମଧ୍ୟକୁ ଠେଲି ଦେଇ କେଉଁ ଆଡେ ଫେରାର ହୋଇଯିବା ଘଟଣା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଅଞ୍ଚଳ ରେ ଆଲୋଡନ ସୃଷ୍ଟି ହୋଇଛି। କଙ୍କୋରଡ଼ା ଗ୍ରାମ ବ୍ରାହ୍ମଣ ସାହିରେ ଜନ୍ମ କଲା ଝିଅକୁ କୁଅଁ ରେ ପକାଇ ଦେଇଛି ମା l ମାଆ ଜଣଙ୍କ କାହିଁକିଏଭଳି ନିଜ ୬ ବର୍ଷୀୟା ଝିଅକୁ କୁଅଁ ରେ ପକାଇଥିଲା କାରଣ ଅସ୍ୱଷ୍ଟ ତାହା ଜଣାପଡିନାହିଁ l ସୂଚନା ଯୋଗ୍ୟ ଗୁରୁବାର ବିଳମ୍ବିତ ରାତ୍ର ନିଜ ଝିଅ କୁ ତାର ମା ଘର ଦାଣ୍ଡରେ ଥିବା କୁଅଁ ରେ ପକାଇ ଦେଇଥିଲା l ସେହି ସମୟରେ ସାହିର କିଛି ଯୁବକ କୁଅଁ ରେ ପକାଇ ଦେଉଥିବା ଦେଖି ସଙ୍ଗେ ସଙ୍ଗେ କୁଅଁ କୁ ଓହ୍ଲାଇ ଝିଅ କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆଡପଡ଼ା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ l ଏହି ଖବର ସଙ୍ଗେ ସଙ୍ଗେ ଅଞ୍ଚଳରେ ଖେଳିଯାଇଥିବା ହେତୁ ମହିଳା ଜଣଙ୍କ ଘରୁ କେଉଁ ଆଡେ ଫେରାର ହୋଇଯାଇଥିବା ଆଲୋଚନା ହେଉଛି l ଏନେଇ ପାଟପୁର ଥାନାରେ ମହିଳା ଙ୍କ ଶାଶୁ ଅଭିଯୋଗ କରିଥିବା ଜଣାପଡିଛି l କେଉଁ କାରଣରୁ ମହିଳା ଜଣଙ୍କ ନିଜ ଜନ୍ମ କଲା ଝିଅକୁ କୁଆଁ ରେ ପକାଇଲେ ତାହା ସନ୍ଦେହ ଘେରରେ ଥିବା ବେଳେ ମହିଳା ଜଣଙ୍କ କେଉଁଆଡେ ଚାଲିଯାଇଥିବା ଆଲୋଚନା ହେଉଛି l


