ଜନ୍ମ ଦିନରେ ଆଶ୍ରମର କୁନି ପିିଲାଙ୍କୁ ସାମଗ୍ରୀ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଜନ୍ମ ଦିବସ ଅବସରରେ ରବିବାର ବନ୍ତ ବ୍ଲକ ଶାଳକଣିଆଁସ୍ଥିତ ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟ, ବସ୍ତ୍ର, ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଛି । ବ୍ଲକ ଯୁବ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ସଂଗ୍ରାମ ସେନାର ସମସ୍ତ ଛାତ୍ର ଓ ଯୁବକ ମାନେ ଏଥିରେ ସାମିଲ ଥିଲେ । କାର୍ଯ୍ୟକ୍ରମରେ ସମିତି ସଭ୍ୟ ତଥା ଆଇନଜୀବି ପରମେଶ୍ୱର ବାରିକ, ସନ୍ତୋଷ ସ୍ୱାଇଁ, ସୟଦ ମୈଫୁଜ୍, ଲିପୁନ୍ ବିଶ୍ୱାଳ, ମଳୟ ଜେନା, ସଂଗ୍ରାମ ଜେନା, ବ୍ଲକ ଛାତ୍ର କଂଗ୍ରେସ ସଭାପତି ବିଶ୍ୱଜିତ୍ ଜେନା, ମୀର୍ ଅବଦୁଲ ହାସିମ୍, ବାପି ଦାସ, ରଞ୍ଜିତ ସାହୁ, ଚଗୁଲ୍ ପରିଡା, ସତ୍ୟ ରଞ୍ଜନ ଲେଙ୍କା, ପ୍ରଭାତ ଜେନା, ଅକ୍ଷୟ ଜେନା ଯୋଗ ଦେଇଥିଲେ ।


