ବାଲିଗୁଡାରେ ବୋଲେର ଗାଡିଚୋରି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ମାତିଛନ୍ତି ଗାଡି ଚୋର । ଗତରାତିରେ ଏକ ବୋଲେରୋ ଗାଡି ଚୋରି ହୋଇଥିବା ନେଇ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି ଗାଡି ମାଲିକ ସିମା ସାହୁ । ଏତଲାରେ ଲିଖିତ ରହିଛି ଯେ ବାଲିଗୁଡା ସହର ସୁନାପାଙ୍ଗା ସାହିରେ ନିଜ ଘର ସମ୍ମୁଖରେ ବୋଲେରୋ ଗାଡି ନଂ ଓଆର୧୨ ୫୦୫୯ ରଖିଥିଲେ କିନ୍ତୁ ସକାଳୁ ଦେଖିବା ସମୟରେ ଘର ଆଗରେ ଗାଡିନାହିଁ । ଗାଡିକୁ କିଏ ଚୋରି କରିଛି । ବାଲିଗୁଡା ଥାନା କେଶ ନଂ ୧୭୫ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୁଚାନା ଦେଇଛନ୍ତି ।


