ଜନ୍ଙ୍କ ପାଇଁ “କରବାଚୌଥ’ ରଖିଲେ ଫ୍ୟାନ୍
ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍ (ପ୍ରଶଂସକ)ମାନେ କିଛି ବି କରିପାରନ୍ତି । ଅନେକ ସମୟରେ ଫ୍ୟାନମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ ସମାନ ଭାବେ ପିନ୍ଧିବାର ନଜିର ରହିଅଛି । ହେଲେ ଏବେ ଜଣେ ଯୁବତୀ ଅଭିନେତା ଜନ୍ ଆବ୍ରାହମଙ୍କ ପାଇଁ ଏପରି କିଛି କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ଜଣେ ଟୁଇଟର ବ୍ୟବହାରକାରୀ ଜନ୍ଙ୍କ ଲାଗି ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ “କର୍ବାଚୌଥ’ ବ୍ରତ ରଖିଥିବା କୁହାଯାଇଛି । ସେ ବୋଡିଂ ସ୍କୁଲରେ ରହୁଥିବା ସତ୍ତେ୍ୱ ନିଷ୍ଠାର ସହ ବ୍ରତକୁ ପୂରଣ କରିଥିଲେ । କିଛି ନ ଖାଇବା ସହ ରାତିରେ ବ୍ୟାଡମିଣ୍ଟନ ର୍ୟାକେଟକୁ ବ୍ୟବହାର କରି ବ୍ରତ ଭାଙ୍ଗିଥିଲେ । ଜନ୍ ଏହାକୁ ଦେଖିବା ପରେ ଯୁବତୀଙ୍କ ଭୂରି ପ୍ରଶଂସା କରିଛନ୍ତି । ଯୁବତୀଙ୍କ ଗୋଟିଏ ଦିନର ଭୋଜନ ତାଙ୍କ ଉପରେ ଉଧାର ରହିଲା ବୋଲି ସେ ପ୍ରତିକ୍ରିୟାରେ ଲେଖିଛନ୍ତି । ତେବେ ନିକଟରେ ଜନ୍ ଅଭିନୀତ ଫିଲ୍ମ “ପାଗଲପନ୍ତି’ର ଟ୍ରେଲର ରିଲିଜ ହୋଇଛି । ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।


