ଦବଙ୍ଗ-୩ ଟ୍ରେଲର ରିଲିଜ୍
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ୍ ହୋଇଛି । ୩ ମିନିଟର ଏହି ଟ୍ରେଲରରେ ସଲମାନଙ୍କ ବହୁ ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମରେ ସଲମାନ ପୋଲିସ ଅଫିସର ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜରକୁ ଆସିବେ । ଏଥିସହ ମହେଶ ମାଞ୍ଜରେକରଙ୍କ ଝିଅ ସାଇ ମାଞ୍ଜରେକର ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିପରି ସୋନାକ୍ଷୀ ସିହ୍ନା ଓ ଅରବାଜ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଟ୍ରେଲରରେ ପୂର୍ବ ଅପେକ୍ଷା ଅଧିକ ଦବଙ୍ଗ ଅନ୍ଦାଜରେ ସଲମାନଙ୍କୁ ଦେଖିବାକୁ ମିଳିଛି । କମେଡି, ଆକ୍ସନ ଓ ଥ୍ରିଲରକୁ ନେଇ ଫିଲ୍ମଟି ଗତିଶୀଳ । ଡିସେମ୍ବର ୨୦ରେ ଏହି ଫିଲ୍ମ ପରଦାକୁ ଆସିବାକୁ ଥିବା ବେଳେ ଏହାକୁ ହିନ୍ଦୀ, କନ୍ନଡ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ କରାଯିବ । ଟ୍ରେଲରକୁ ଦେଖି ପ୍ରଶଂସକମାନେ ଏବେ ଫିଲ୍ମର ରିଲିଜ୍ ଅପେକ୍ଷାରେ ରହିଛନ୍ତି ।


