ଜନ ଶିକ୍ଷଣ ସଂସ୍ଥା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଜନ ଶିକ୍ଷଣ ସଂସ୍ଥା ପକ୍ଷରୁ ଭଣ୍ଡାରିପୋଖରୀ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ଶିକ୍ଷଣ ସଂସ୍ଥା ସଦସ୍ୟା ଆରତୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅଞ୍ଜଳି ପରିଡା, ମିହିର କୁମାର ମହାନ୍ତ, ଗଜେନ୍ଦ୍ର ସାହୁ, ବିଶ୍ୱଜିତ ବେହେରା, ରଶ୍ମିରଞ୍ଜନ ସାହୁ, ମଣିଭଦ୍ର ସେଠୀ, ଆକାଶ ଆଦିତ୍ୟ ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଵିଶେଷ କରି ବୃକ୍ଷରୋପଣ, ସ୍ୱଚ୍ଛତା ପକ୍ଷ ପାଳନ ଓ କରୋନା ସଚେତନତା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ୭୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ