ଶିକ୍ଷାବିତଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିଥିବା ତଥା ଘଟଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର ସହ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଚେନ୍ନାଇ ସ୍ଥିତ ଗ୍ଲୋବାଲ ହ୍ୟୁମାନ ପିସ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଧଳଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି । ସେ ଏକାଧାରରେ ଜଣେ ବରିଷ୍ଠ ଶିକ୍ଷକ, ସମାଜସେବୀ, ଲେଖକ, ଶିଶୁ ସାହିତ୍ୟିକ ଭାବେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ୯ଖଣ୍ଡ ପୁସ୍ତକ ଏବେ ସୁଦ୍ଧା ପ୍ରକାଶ ପାଇଥିବା ବେଳେ ଅନେକ ପାଠକ ଆଦୃତ ଲାଭ ମଧ୍ୟ କରିଛି । ସେ ଏହା ପୂର୍ବରୁ ଓଡିଶା ସରକାର ଙ୍କ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପାଇବା ସହ ୨୦୧୨ମସିହାରେ ରାଜ୍ୟ ଶିକ୍ଷକ ସମ୍ମାନ ପାଇଥିଲେ । ଶ୍ରୀ ଧଳଙ୍କୁ ମିଳିଥିବା ନୂତନ ସମ୍ମାନ ପାଇଁ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ, ଉମିଦ ଫାଉଣ୍ଡେସନ, ଉତ୍କଳ ସମ୍ମିଳନୀ ଓ ଉତ୍କଳମଣି ସାହିତ୍ୟ ସଂସଦର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।


