ଜନ ସଚେତନତା କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ଭାଇରସ ଜ୍ୱର ଓ ହଇଜାରୁ ରକ୍ଷା ପାଇବା ପାଇଁ ସ୍ଵେଚ୍ଛାସେବୀ ସଂଗଠନ ହେଲ୍ପ ଫର ପିପୁଲ ପକ୍ଷରୁ ପୁରୀ ଜିଲ୍ଲା ଗୋପ ବ୍ଲକ ଜଙ୍ଗଲ ବୋରି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରେ ବର୍ଷା ଋତୁ ପାଇଁ ଭାଇରସ ଜ୍ୱର ଓ ହଇଜା ବ୍ୟାପିବାରେ ଲାଗିଛି। ଯାହାର ପ୍ରଭାବ ଛୋଟଛୋଟ ପିଲାମାନଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛି। ଏହାକୁ ଆଖି ଆଗରେ ରଖି ଗୋପ ବ୍ଳକ ଜଙ୍ଗଲ ବୋରି ପଞ୍ଚାୟତ ରେ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନର ୨୫ ଜଣ ଯୁବକ ଏକତ୍ର ହୋଇ ପଞ୍ଚାୟତର ୧୪ ଟି ୱାର୍ଡ ବୁଲି ଲୋକେ ବସବାସ କରୁଥିବା ସମସ୍ତ ସାହି କୁ , ସୁସ୍ଥ,ପରିବେଶ ଗଢ଼ିବା ପାଇଁ ରାସ୍ତା, ନଳକୂପ, ଗଡିଆ ମାନଙ୍କରେ ବ୍ଲିଚିଙ୍ଗି ପକାଇବା ସହ ଗରିବ ଲୋକମାନଙ୍କ ଘରକୁ ଯାଇ ବୁଝାସୁଝା କରିବା ସହ ଅସହାୟ ମହିଳା ଙ୍କୁ ସାହାର୍ଯ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସରପଞ୍ଚ ପ୍ରଣୟ କୁମାର ସାହୁ, ପ୍ରସନ୍ନ କୁମାର ସ୍ଵାଇଁ, ସଭାପତି ଅନିଲ କୁମାର ସାହୁ, ଉପସଭାପତି ରାକେଶ କୁମାର ମହାନ୍ତି, ସଂପାଦକ ହେମନ୍ତ ଭୋଇ ପରିଚାଳନା କରିଥିବା ବେଳେ ପଞ୍ଚାୟତର ଅନେକ ମହିଳା ସାହାଯ୍ୟ କରିଥିଲେ । କେବଳ ଜଙ୍ଗଲବୋରୀ ପଞ୍ଚାୟତ ର ଲୋକମାନଙ୍କ ପାଇଁ ନୁହେଁ ପୁରୀ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେ କୌଣସି ବ୍ୟକ୍ତିଙ୍କ ଅସୁବିଧା ପଡିଲେ ହେଲ୍ପ ଫର ପିପୁଲ ସଂଗଠନ ସହଯୋଗ ର ହାତ ବଢାଇବ ବୋଲି କହିଛନ୍ତି ଅନୁଷ୍ଠାନ ର ସଭାପତି ଅନିଲ କୁମାର ସାହୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ