ଜବାହର ଉଚ୍ଚବିଦ୍ୟାଳୟରେ ସାମାଜିକ ଅନ୍ଧବିଶ୍ୱାସ ଓ କୁସଂସ୍କାର କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଏଠାରୁ ପ୍ରାୟ ତିନି କି.ମି. ଦୂର ଜବାହର ଉଚ୍ଚ ବିଦ୍ୟାଳୟ ବଡ଼କୋଦଣ୍ଡା ଠାରେ ଗଣପତି ସାବତ ଫାଉଣ୍ଡେସନ ଓ ଜିଲ୍ଲା ବିଜ୍ଞାନ ଏକାଡ଼େମୀର ମିଳିତ ଆନୁକୁଲ୍ୟରେ ଅନ୍ଧବିଶ୍ୱାସ ଓ ସମାଜ କୁସଂସ୍କାର ଫକ୍ ମିଡ଼ିଆ ମାଧ୍ୟମରେ ଗ୍ରାମାଂଚଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବୈଜ୍ଞାନିକ ଡ. ବିନୋଦ ଚନ୍ଦ୍ର ସାବତ ଉଦ୍‌ଘାଟନ କରିଥିବାବେଳେ ମୁକ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟ କୃତିବାସ ବିଶ୍ୱାଳ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୂଳପାଣୀ ଶତପଥୀ, ଡ. ଶଙ୍କର ନାରାୟଣ ବେଜ୍‌, ଡ. ଦିଲ୍ଲୀପ କୁମାର ମହାପାତ୍ର ଯୋଗଦେଇଥିବାବେଳେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା । ଏହି ଅବସରରେ ବିଜ୍ଞାନ ଉପରେ ଆଧାରିତ ତଥ୍ୟ ଭିତିକ କିଛି ତଥ୍ୟକୁ ରବିନ୍ଦ୍ର କୁମାର ଗୌଡ଼ ପ୍ରଦର୍ଶିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କିଛି ନୃତ୍ୟ ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ନେଇ ପରିବେଷଣ କରାଯାଇଥିଲା । ଏଥିରେ ଅସ୍ମିତା ଷଡ଼ଙ୍ଗୀ, ସୁପ୍ରଜ୍ଞା ସାହୁ, ପ୍ରିୟଙ୍କାରାଣୀ ପ୍ରଧାନ, ଖୁସୀ ସେଠୀ, ସନ୍ତୋଷିନୀ ସାହୁ, ପୂଜା ସେଠୀ, ଇତିଶ୍ରୀ ସାହୁ, ଆରତୀ ସାହୁ, ମୌସୁମୀ ସ୍ୱାଇଁ, ପୁଷ୍ପାଞ୍ଜଳୀ ସେଠୀ, ଶୁଭଶ୍ରୀ ଜେନା, ମାଧୁରୀ ନାଇକ, ଲିସା ନାୟକ, ଲିପ୍‌ସା ଗୌଡ଼ ଓ ତୁଳସୀ ନାଇକ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ତରଫରୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ବିଦ୍ୟାଳୟକୁ ପଦୋନ୍ନତି ପାଇ ଆସିଥିବା ଦୁଇଜଣ ଶିକ୍ଷୟିତ୍ରୀ ଅନୀମା ମିଶ୍ର ଓ ପୁଷ୍ପାଞ୍ଜଳି ସ୍ୱାଇଁଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିବାବେଳେ ବିଦ୍ୟାଳୟରୁ ପଦୋନ୍ନତି ପାଇ ବିଦାୟ ନେଇଥିôବା ବରିଷ୍ଠ ଶିକ୍ଷୟିତ୍ରୀ ସୁରଭି କୁସୁମଲତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ମୁଜାଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତତ୍ରୀ ବାସନ୍ତୀ ପାଣିଗ୍ରାହୀ ଓ ସାହିତ୍ୟିକ ମନୁନନ୍ଦ ପତି ସେମାନଙ୍କ ବକ୍ତବ୍ୟ ଏହା ଉପରେ ରଖିଥିଲେ । କାର୍ଯ୍ୟକ୍ରମରେ ବହୁ ପ୍ରଧାନଶିକ୍ଷକ, ଶିକ୍ଷକ, ସିଆରସିସି, ମହୋନସାହୁ, ମନ୍ମଥ ବିଷୋୟୀ, ହୃଷିକେଶ ସ୍ୱାଇଁ ଯୋଗଦେଇଥିବାବେଳେ ବାହାଡ଼ାପଦର ଗାୟତ୍ରୀ ପରିବାର ତରଫରୁ ସ୍ୱାଗତ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ