ଛତ୍ରପୁର ବ୍ଲକରେ ଭତ୍ତା ବଣ୍ଟନ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ ଏକ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସାମାଜିକ ସୁରକ୍ଷା ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ଯୋଜନା ମଧ୍ୟରେ ଭତା ଗୋଟିଏ ମୁଖ୍ୟ ଯୋଜନା ଅଟେ ବୋଲି ବିଧାୟକ ମତପୋଷଣ କରିବା ସହ ଯେପରି ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଏଥିରୁୁ ବାଦ୍ ପଡିବେ ନାହିଁ ସେ ଉପରେ ଗୁରୁତ୍ୱ ଦେବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ବିଭାଗ ର ଅଧିକାରୀ ମାନେ ଏକତ୍ରିତ ହୋଇ କାର୍ଯ୍ୟ କରିଲେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକରେ ପରିଣତ ହୋଇପାରିବ ଚୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି ଅବସରରେ ଇନ୍ଦିରା ଗାନ୍ଧୀ ପେନସନ୍ ଯୋଜନା ଓ ମଧୁବାବୁ ପେନସନ ଯୋଜନା, କୋଭିଡ୍ ସ୍ୱତନ୍ତ୍ର ବିଧବା ଭତ୍ତା ର ମୋଟ ୩୦୬ ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୧୬୮ ଜଣ ଓ ମଧୁବାବୁ ପେନସନ୍ କୋଭିଡ୍ ସ୍ୱତନ୍ତ୍ର ବିଧବା ଭତ୍ତା ୧୩୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବିଡିଓ ସାରଦା ପ୍ରସନ୍ନ ପଣ୍ଡା , ପୋଡାପଦର ସରପଂଚ ପିତାମ୍ବର ପଣ୍ଡା, ପ୍ରମୁଖ ମଚାଂସିନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଣମଣା ସରପଂଚ ଏସ୍‌.ଚକ୍ରପାଣି ରେଡି, ସମିତିସଭ୍ୟା ରସ୍ମିତା ବେହେରା, ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରା, ଟାଙ୍ଗଣାପଲ୍ଲୀ ସରପଂଚ କୁମାରୀ ପ୍ରଧାନ, ବିପୁଳିଙ୍ଗ ସମିତିସଭ୍ୟ ଜୟଦେବ ଲେଙ୍କା, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି. ସୁଦାମ ଓ ଭଗବାନ ବେହେରା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଯୁବନେତା ବିମଳ କୁମାର ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ପଂଚାୟତ ପ୍ରତିନିଧି ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍କିକ ଓ ବିଇଓ ମୃତ୍ୟୁଞ୍ଜୟ ମହାପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ