ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ଚୟନ ପରୀକ୍ଷା ଜିଲ୍ଲାର ପୂର୍ବ ନିର୍ଦ୍ଧାରିତ ୯ଟି ପରୀକ୍ଷା କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର
ଇାଲେଶ୍ୱର, (ସରୋଜ ପଣ୍ଡା): ଆସନ୍ତା ଅଗଷ୍ଟ ୧୧ତାରିଖ, ବୁଧବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ଚୟନ ପରୀକ୍ଷା-୨୦୨୧ । ଜିଲ୍ଲାର ୪୬ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ପୂର୍ବ ନିର୍ଦ୍ଧାରିତ ୯ଟି ପରୀକ୍ଷା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଜବାହର ନବୋଦୟ ବିଦ୍ୟାଳୟ, ବାଗୁଡି, ବାଲେଶ୍ୱରର ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ବାଲେଶ୍ୱର ପବ୍ଲିକ ନୋଡାଲ ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଆଂଚଳିକ ସରକାରୀ ହାଇସ୍କୁଲ, ସାଉଁ, ବାଲେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲ ପରୀକ୍ଷା କେନ୍ଦ୍ର ସୁନହଟ ସ୍ଥିତ ଶକୁନ୍ତଳା ସରକାରୀ ହାଇସ୍କୁଲକୁ ସ୍ଥାନାନ୍ତରିତ ହୋଇଛି । ଅନୁରୂପ ଭାବେ ଜଳେଶ୍ୱର ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଭୋଗରାଇ ସରସ୍ୱତୀପୁର ସ୍ଥିତ ରଘୁନାଥ ଏକାଡେମୀକୁ ଏବଂ ମଣିଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୋପାଳପୁର ପରୀକ୍ଷା କେନ୍ଦ୍ର ଗିଲଦା ହାଇସ୍କୁଲ, ଗିଲଦା, ବାଲେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି । ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଗଣ୍ଡିବେଡ୍ ହାଇସ୍କୁଲ, ଖଇରାକୁ ଏବଂ ନୀଳିଗିର କେ.ସି. ହାଇସ୍କୁଲ ପରୀକ୍ଷା କେନ୍ଦ୍ର କାଆଁସ ନୋଡାଲ ହାଇସ୍କୁଲ,ନୀଳଗିରିକୁ ସ୍ଥାନାନ୍ତର ହୋଇଛି । ସେହିପରି ଔପଦା ହାଇସ୍କୁଲ, ଔପଦା, ବାଲେଶ୍ୱର ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ଏବେ ପରୀକ୍ଷା ଦେବେ ପରିବର୍ତିତ ପରୀକ୍ଷା କେନ୍ଦ୍ର ଦାନ୍ତୋର ହାଇସ୍କୁଲ, ବଡପୋଖରୀ, ଔପଦାରେ ଏବଂ ରେମୁଣା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀ ଏବେ ସାହୁପଡା ସରକାରୀ ହାଇସ୍କୁଲ, ସାହୁପଡାରେ ପରୀକ୍ଷା ଦେବେ । ଅନ୍ୟ ପକ୍ଷରେ ସୋର ଏସ.ଏନ. ହାଇସ୍କୁଲ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତର ହୋଇଛି ବାଗୁଡି ହାଇସ୍କୁଲ, ସୋରକୁ । ପରୀକ୍ଷାର୍ଥୀମାନେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ବଦଳରେ ପରିବର୍ତିତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପ୍ରସ୍ତୁତି କରିବା ସହିତ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟୀକରଣ ଆବଶ୍ୟକ ହେଲେ ଜବାହର ନବୋଦୟ ବିଦ୍ୟାଳୟ, ବାଗୁଡି କର୍ତୃପକ୍ଷଙ୍କୁ ଯୋଗାଯୋଗ କରିପାରିବେ ।