ଜବ କାର୍ଡ ଧାରୀ ଙ୍କୁ ମିଳୁନି କାମ : ଜେସିବ ଓ ଟ୍ରାକ୍ଟର ଦ୍ଵାରା ହେଉଛି ମନରେଗା କାର୍ଯ୍ୟ

ନିମାପଡା, (ସନ୍ତୋଷ ଦାଶ) :-ଗ୍ରାମାଞ୍ଚଳ ର ଶ୍ରମିକ, ଦିନ ମଜୁରିଆ ଶ୍ରେଣୀର ଲୋକ ମାନଙ୍କୁ କାମ ଯୋଗାଇଦେବା ଉଦ୍ଦେଶ୍ୟ ରେ ସରକାର ମନେରଗା (ମହତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ) କାର୍ଯ୍ୟ କାରୀ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଶ୍ରମିକ ମାନେ ନିଜ ଅଞ୍ଚଳ ରେ ସରକାରୀ କାର୍ଯ୍ୟକରି ନିଜ ପରିବାର ପ୍ରତିପୋଷଣ କରିପାରିବେ । ତେବେ ନିମାପଡା ବ୍ଲକ ର କେତେକ ଅସାଧୁ ଯନ୍ତ୍ରୀ ଓ ଶାସକ ଦଳର କିଛି କୁଜି ନେତାଙ୍କ ଅସାଧୁମେଣ୍ଟ କାରଣରୁ ଏହି ଅଞ୍ଚଳ ରେ ମନେରଗା ଯୋଜନା ପ୍ରହସନ ରେ ପରିଣତ ହୋଇଛି।ନିମାପଡା ବ୍ଲକ ଚଉରାଶି ଗ୍ରାମ ର ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରୁ ଲଳିତ ମାଧବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମନେରଗା ଯୋଜନା ରେ ପ୍ରାୟ ୫ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହି କାର୍ଯ୍ୟ କୁ ଶ୍ରମିକ ମାନଙ୍କ ଦ୍ୱାରା କରାନଯାଇ ମେସିନ ଦ୍ୱାରା କରା ଯାଇଥିବା ଉକ୍ତ ଗ୍ରାମ ର ବିଭୁତି ଭୁଷଣ ଦାଶ, ଦୃର୍ଯ୍ୟାଧନ ଦାଶ, ରାଜେନ୍ଦ୍ର ଭୋଇ, ସନ୍ତୋଷ ଭୋଇ, ଗଦାଧର ଭୋଇ ପ୍ରମୁଖ ଗ୍ରାମବାସୀ ପୁରୀ ଜିଲ୍ଲାପାଳ ଓ ନିମାପଡା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟ ର ତଦନ୍ତ କରିବାକୁ ଦାବି କରିଛନ୍ତି । ରାସ୍ତା କାର୍ଯ୍ୟ ଜେସିବି ମେସିନ ଓ ଟ୍ରାକ୍ଟର ଦ୍ୱାରା କରାଯାଇଥିବା ଗ୍ରାମ ବାସୀ ମାନେ ପ୍ରକାଶ କରି ଠିକାଦାର ଓ ସମ୍ପୁକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନିମାପଡା ବ୍ଲକ ଅଞ୍ଚଳ ରେ ମନରେଗା ଯୋଜନାରେ କରାଯାଉଥିବା ସମସ୍ତ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରିବାକୁ କଂଗ୍ରେସ ନେତା ବନ ବିହାରୀ ଦାଶ, ଆର୍ତ୍ତତ୍ରାଣ ଦାସ, ରଘୁ ବେହେରା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ