ଜମାକାରୀଙ୍କ ନାମରେ ଥାନାରେ ଅଭିଯୋଗ କଲେ ମୃତ ପୋଷ୍ଟମାଷ୍ଟରଙ୍କ ପତ୍ନୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗେଡମା ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଯଙ୍କା ଅଡପ ହୋଇଥିବାବେଳେ ଜମାକାରୀ ମାନେ ସେମାନଙ୍କ ଜମାଟଙ୍କା ଫେରସ୍ତ ପାଇବା ପାଇଁ ପୋଷ୍ଟ ଅଫିସକୁ ଦୌଡୁଥିବାବେଳେ ମୃତ ପୋଷ୍ଟମାଷ୍ଟରଙ୍କ ପକ୍ରନୀ ଏବେ ତିନିଜଣ ଜମାକାରୀ ଓ କିଛି ଗଣମାଧ୍ୟମର ପ୍ରତିନିଧିଙ୍କ ନାମରେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଗୋଳଖ ବିହାରୀ ଦାସଙ୍କ ପତ୍ନୀ ଅନ୍ନପୁର୍ଣ୍ଣା ଦାସ ନନ୍ଦିପଦା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ତାଙ୍କ ସ୍ୱାମୀ ପୋଷ୍ଟମାଷ୍ଟର ଥିବାବେଳେ ସେ ଗତ କିଛିଦିନ ପୁର୍ବେ ଦେହାନ୍ତ ହୋଇ ଯାିଛି । କିଏ କଣ ଜମା କରିଥିଲେ ତାହା ଆମେ ଜାଣିନୁ । ଯଦି କିଛି ଏପଟ ସେପଟ ହୋଇଛି ତେବେ ଆଇନ ଅନୁଯାଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ସାହାପୁର ଗ୍ରାମର ସୁଶାନ୍ତ ଦାସ, ନିରଞ୍ଜନ ଦାସ, ରୀନାରାଣୀ ଦାସଙ୍କ ସହିତ ଅନେକ ଲୋକ ଆମଘର ସମ୍ମୁଖରେ ଠିଆହୋଇ ଗାଳିଗୁଲଜ ସହ ଜୀବନରେ ମାରିଦେବାକୁ ଦମକ ଚମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି ଆମେ ଗେଟ ବନ୍ଦ କରିଦେବାରୁ ସେମାନେ ଗେଟକୁ ଠେଲାପେଲା କରୁଥିବାବେଳେ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ରହି ତାହାର ଫଟୋ ଉଠାଇ ତାଙ୍କୁ ପ୍ରୋତ୍ସାହିତ କରୁଥବବା ନେଇ ଥାନାରେ ଅଭିଯୋଗ ହୋଇଛି । ନନ୍ଦିପଦା ଥାନା ପୁଲିସ ଏନେଇ ଥାନା କେସନଂ ୨୩୩/୨୦୨୨ରେ ଏକ ମାମଲା ରୁଜୁ କରିବା ସହିତ ଦଫା ୩୪୧/୩୯୪/୫୦୬ ଓ ୩୫ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କନ୍ଥବବା ତଦନ୍ତ କାରୀ ଅଧିକାରୀ ଏଏସଆଇ ସୁଶମା ସେଠୀ କହିଛନ୍ତି । କିନ୍ତୁ ଜମାକାରୀଙ୍କ କହିବାକଥା ଯେ ପୋଷ୍ଟଅଫିସଟି ପୋଷ୍ଟମାଷ୍ଟରଙ୍କ ଘରେ ଚାଲୁଥିଲା । ଏବେ ମଧ୍ୟ ଚାଲୁଛି, ଆମେ ଆମ ଅଭିଯୋଗ ପୋଷ୍ଟଅଫିସରେ କରିବୁନି କଣ ପଞ୍ଚାୟତ ଅଫିସରେ ଅଭିଯୋଗ କରିବୁ କି । ଆମ ଟଙ୍କା ସବୁ ନେଇଯାଇ କୋଠା ଉପରେ କୋଠା ଘର କଲା ଆମେ ଏବେ ଆମ ଝିଅ ବାହାଘର, ଧାର କରଜ ସୁଝିବୁ କିପରି, ଆମ ଜମାଟଙ୍କା ଫେରି ପାଇବୁ କିପରି ବୋଲି ଜମାକାରୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ