ଜମିବାଡ଼ି ଜନିତ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗ୍ରାମର ଜମିବାଡ଼ି ଜନିତ ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ମାମଲାରେ ଦୁଇ ଜଣ ଆସାମୀଙ୍କୁ ଜୁଲାଇ ୨୧ ତାରିଖ ଦିନ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡ ଶୁଣାଣୀ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ।ସୂଚନାଯୋଗ୍ୟ ୧୦/୨/୨୦୨୦ ମସିହାରେ ଅପରାହ୍ନରେ ଜାମପାଣି ଗ୍ରାମର ଚାଷୀ ସୁକଦେବ ମାରାଣ୍ଡି ଏବଂ ତାଙ୍କ ପତ୍ନୀ ବିଲକୁ ଯାଇ ଅନାବନା ଗଛ କଟାକଟି କରୁଥିଲେ । ପୂର୍ବ ଶତ୍ରୁତା ଅନୁଯାୟୀ ଲୁପୁଙ୍ଗଡିହି ଗ୍ରାମର ଲାଲମୋହନ ମୁର୍ମୁ ଏବଂ ମଦନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଦମ୍ପତି ଦୁଇଜଣଙ୍କ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲେ ।ଶେଷ ରେ କ୍ରୋଧ ଓ ଧୈର୍ଯ୍ୟର ସୀମା ଟପି ଯାଇଥିଲା ସେମାନଙ୍କର ।ଲାଲ ମୋହନ ମୁର୍ମୁ ଏବଂ ମଦନ ମୁର୍ମୁ ଦୁଇଜଣ ମିଶି ଦମ୍ପତି ଦୁଇଜଣଙ୍କୁ ଧୁମ୍ ବାଡ଼ିରେ ଆକ୍ରମଣ କରିବା ସହ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ କୁରାଢ଼ିରେ ଆକ୍ରମଣ କରି ହତ୍ୟା କରିଥିଲେ ।ଏହାକୁ ନେଇ ପତ୍ନୀ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏକ ମାମଲା ରୁଜୁ ହୋଇଥିଲା । ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଦୁଇ ଆସାମୀମାନଙ୍କୁ ଆଜୀବନ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରୀ ଓକିଲ ପଙ୍କଜ ଦାସ ସରକାରଙ୍କ ପକ୍ଷରୁ କେଶ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ