ରାଇରଙ୍ଗପୁରରେ ବିଜେଡ଼ି ତରଫରୁ ଉତ୍ସଵ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଏନଡିଏ ତରଫରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ଣ ସମର୍ଥନ ଦେବାସହ ଓଡିଶାର ସସମସ୍ତ ବିଧାୟକ ଓ ସାଂସଦଙ୍କୂ ଓଡ଼ିଆ ମାଟିର ସୁକନ୍ୟାଓ ସ୍ବାଭିମାନର ପ୍ରତୀକ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ ଦେବାପାଇଁ ନିବେଦନ କରିଥିଲେ । ମହିଳା ସଶକ୍ତିକରଣ କରଣ ନେଇ ଜଣାପଡେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହୃଦୟ କେତେ ବିଶାଳ । ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭୋଟ ଗଣତି ଓ ବିଜୟ ଘୋଷଣାରେ ରାଇରଙ୍ଗପୁର ବିଜୁପଟ୍ଟନାୟକ ଛକରେ ବିଶାଳ ଉତ୍ସବ ପାଳନ କରାଯାଇଥିଲା । ପ୍ରଥମେ ଦଳୀୟ କର୍ମୀ ଓ ନେତୃବୃନ୍ଦ ବିଜୁବାବୁଙ୍କ ପ୍ରତିର୍ମୂୀରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଥିଲେ ।ପରେ ଦଳପକ୍ଷରୁ ଆଦିବାସୀ ନୃତ୍ୟ, ଢୋଲ, ମାଦଳ, ମିଷ୍ଟାନ୍ନ ଖୁଆଖାଇରେ ସମସ୍ତେ ମସଗୁଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ , ବରିଷ୍ଠ ନେତାମନୁ ଚୌଧୁରୀ, ରାଜ୍ୟ ସଂପାଦକ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବରିଷ୍ଠ ନେତା ପାର୍ଥ ସାରଥି କବି, ରତିକାନ୍ତ ପରୀକ୍ଷା, ରାଜ୍ୟ ବିଜେଡି ସଂପାଦକ ଚକ୍ରଧର ଭାଇ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ,କରଂଜିଆ ଏନେସି ଅଧ୍ୟକ୍ଷା ପପି ପୃଷ୍ଟି, ସୁବାଷ ମଣ୍ଡଳ, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ତିରିଂ ବ୍ଲକ ଅଧ୍ୟକ୍ଷ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସଂପାଦକ ଗଣେଶ ମିଶ୍ର, ବିଜେଡି ସମର୍ଥିତ ଜନପ୍ରତିନିଧି, ବିଜୁ ଛାତ୍ର ଜନତା ସଦର ସଭାପତି ଆନିସ ମାନା, ରାଜ୍ୟ ଛାତ୍ର ଜନତା ପାଦକ ବିକାଶ ମହାନ୍ତ, ବିଜୁ ଯୁବ ଜନତା ସଦର ସଂପାଦକ ଆହ୍ବାନ ପଟ୍ଟନାୟକ, ଗୁନୁ ମହାନ୍ତ , ଜିଲ୍ଲା ପରିଷଦ ସଚ୍ଚିଦାନନ୍ଦ ମହାନ୍ତ, ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ପାହାଡୀ କନ୍ୟାଙ୍କ ବିଜୟ ଉତ୍ସବ ମହାସମାରୋହରେ ପାଳନ କରିଥିଲେ । ରାଇରଙ୍ଗପୁର ସହର ସାରା ତ୍ରିରଙ୍ଗା ପତାକା ଲହର ଦେଖାଯାଉଥିଲା । ଦୀପାବଳି ଉତ୍ସବ ଭଳି ଲିଚୁ ଲାଇଟ୍ ସହ ଘରେ ଘରେ ପ୍ରଦୀପ ଜଳି ଉଠିଥିଲା ।ସାରା ସହର ଚଳ ଚଂଚଳ ଖୁସିର ହରିଆଲୀ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ