ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା : ଥାନାରେ ବାପା,ପୁଅ ଅଟକ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ଏବଂ ଘଟଣା କୁ ନେଇ ଥାନାରେ ଦୁଇ ଅଟକ । ପ୍ରକାଶ ଥାଉକି ଜାମପାଣି ଗ୍ରାମର ସୁକଦେବ ମାରାଣ୍ଡି (୪୭)ଯିଏକି ବୃତ୍ତିରେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଡୁମୁରିଆ ଅଂଚଳର ଲୁପୁଙ୍ଗଡିହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେ ଏବଂ ତାଙ୍କ ପତ୍ନୀ ସୀମା ଦୁଇ ଜଣ ସୋମବାର ସଂଧ୍ୟାରେ ୫ଟା ପାଖାପାଖି ସମୟରେ ଗାଁ ପାଖ ନିଜର ବିଲକୁ ଝାଟି ଆଣିବା ପାଇଁ ଯାଇଥିଲେ । ସେଠାରେ ସେହି ଗାଁର ବାପ ପୁଅ ମଦନ ମୁର୍ମୁ(୫୦) ଏବଂ ଲାଲମୋହନ ମୁର୍ମୁ(୨୩) ସେଠାରେ ଥିଲେ । ସୁକଲାଲର ବିଲରେ ଥିବା ଅନାବନା ଝାଟିକୁ ମଦନ ଏବଂ ଲାଲମୋହନ କାଟି ନିଜ ଘରକୁ ନେବାପାଇଁ ରଖିଥିଲେ ।ହେଲେ ସୁକଦେବ ଏବଂ ତାଙ୍କ ପତ୍ନୀ ନିଜ ବିଲରେ ଥିବା ଝାଟିଗଛ ଥିବା ହେତୁ ଝାଟି ଗୁଡ଼ିକର ଅଧିକାର ସେମାନଙ୍କର । ଏହାକୁ ନେଇ ବିବାଦ । ତେଣୁ କ୍ରୋଧକୁ ସମ୍ଭାଳି ନପାରି ସୁକଦେବକୁ କଟୁରି ଏବଂ ବୁଡିଆରେ ସୁକଦେବକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସୁକଦେବର ଘଟଣା ସ୍ଥଳରେ ସବୁଦିନ ପାଇଁ ଟଳି ପଡ଼ିଲା । ସୁକଦେବର ସ୍ତ୍ରୀ ଉପସ୍ଥିତ ଥିଲା ।ଖବର ପାଇ ଗୋରୁମହିଷାଣୀ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ଏବଂ ପ୍ରଶାନ୍ତ ସ୍ବାଇଁ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ ବାପ ଓ ପୁଅକୁ ଥାନାରେ ଅଟକ ରଖିଛନ୍ତି ।ଥାନାରେ କେଶ ନଂ ୬/୨୦ ରୁଜୁ କରାଯାଇଛି । ମଙ୍ଗଳବାର ଦିନ ଶବକୁ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଗାଁ ରେ ଏକ ଶୋକାକୁଳ ପରିବେଶ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ