ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଦିତୀୟ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଉପଖଣ୍ଡ ବାସୀଙ୍କ ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ।ଆଜି ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଡିଏଫଓ ଅରୁଣ ମିଶ୍ର, ଏସଡିପିଓ ସ୍ନେହାଶୀଷ ସାହୁ, ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ,୭ଟି ବ୍ଲକର ବିଡିଓ, ତହସିଲଦାର, ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ୭୦ ଜଣ ଅଭିଯୋଗକାରୀ ପଂଜିକୃତ କରିଥିଲେ ତନ୍ମଧ୍ୟରୁ ୬୦,ଟି ବ୍ୟକ୍ତିଗତ,୧୦ଟି ଗୋଷ୍ଠୀଗତ ସମସ୍ୟା ଥିଲା । ଜିଲ୍ଲାପାଳ ୪ଟି ଅଭିଯୋଗ ତତକ୍ଷଣାତ ସମାଧାନ କରିଥିଲେ ।ଆନ୍ଯ ଅଭିଯୋଗ କୁ ବିଭାଗୀୟ ଅଧିକାରୀଙ୍କୁ ଶିଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ