ଜମିବାଡି ବିବାଦକୁ ନେଇ ସ୍ୱାମୀ ଓ ଦେଢ଼ଶୁରକୁ ଆକ୍ରମଣ

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅଧିନସ୍ଥ ପଞ୍ଚୁଗୋଛିଆ ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ସ୍ତ୍ରୀ ତାର ସ୍ୱାମୀ ଓ ଦେଢ଼ଶୁର ଏବଂ ପରିବାରର ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଦେଢ଼ଶୁର ବିଦ୍ୟାଧର ପଣ୍ଡାଙ୍କ ସ୍ତ୍ରୀ ଗୀତାରାଣୀ କରିଥିବା ଅଭିଯୋଗ ଅନୁଯାଇ ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ପଣ୍ଡାଙ୍କ ଦେହାନ୍ତ ପରେ ତିନିପୁଅ ପଞ୍ଚାୟତର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ୨୦୧୭ରେ ଜମିବାଡିକୁ ତିନିଭାଗ କରି ରହିଆସୁଥିଲେ । ବିଦ୍ୟାଧର ପଣ୍ଡା ଏକ ଆବାସ ଯୋଜନାରେ ଘର ପାଇ ତାଙ୍କ ଭାଗ ଜମିରେ ଘରକରି ରହି ଆସୁଥିଲେ । କିନ୍ତୁ ତାଙ୍କ ଦିଅର ଗୟାଧର ପଣ୍ଡାଙ୍କ ପତ୍ନୀ ବିଦ୍ୟାଧରଙ୍କ ଘରେ ଯୋର ଜବରଦସ୍ତ ପସି ଏହି ଘରକୁ ସେ ବ୍ୟବହାର କରିବାକୁ କହିବାରୁ ଉଭୟ ପରିବାର ଭିତରେ ଝଗଡା ଲାଗିବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏନେଇ ଗୀତାରାଣୀ ଆନନ୍ଦପୁର ଥାନାରେ ଅଭିଯୋଗ କରିବାପରେ ପୁଲିସ ପହଞ୍ଚି ସରଜମିନ ତଦନ୍ତ କରି ପଞ୍ଚାୟତପତ୍ର ଅନୁସାରେ ଶାନ୍ତି ଶୃଙ୍ଖଳାର ସହ ଚଳିବାପାଇଁ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇ ଯାଇଥିଲା । କିନ୍ତୁ ପୁଲିସ ଯିବାର କିଛି ସମୟ ପରେ ଗୟାଧରଙ୍କ ସ୍ତ୍ରୀ ଉତ୍ତ୍ୟେକ୍ତ ହୋଇ ଜଣେ ପଡୋଶୀଙ୍କ ସହଯୋଗରେ ସ୍ୱାମୀ ଗୟାଧରକୁ ଗୋଡାଇ ଗୋଡାଇ ପିଟିବା ସହିତ ଦେଢ଼ଶୁର ବିଦ୍ୟାଧର ପଣ୍ଡା, ତାଙ୍କ ସ୍ତ୍ରୀ ଗୀତାରାଣୀ ପଣ୍ଡା ଓ ତାଙ୍କ ଝିଅକୁ ମଧ୍ୟ ପିଟାପିଟି କରିଥିବା ଗୟାଧର ଓ ବିଦ୍ୟାଧର ଅଭିଯୋଗ କରିଛନ୍ତି । ଏନେଇ ସେମାନେ ସନ୍ଧ୍ୟାରେ ଥାନାକୁ ଯାଇ ଅଭିଯୋଗ ମଧ୍ୟ କରିବାସହ ତାଙ୍କ ଜୀବନପ୍ରତି ବିପଦ ଥିବା ନେଇ ଅଭିଯୋଗପତ୍ରରେ ଉଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ