ଜମିବାଡି ବିବାଦରୁ ତଣ୍ଟିଚିପି ମାରିଦେବା ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳର ୨ନମ୍ବର ୱାର୍ଡ ଅନ୍ତର୍ଗତ କମାରଖଣ୍ଡି ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହିତ ତଣ୍ଟିଚିପି ତାଙ୍କୁ ମାରି ଦେଇଥିବା ନେଇ ମୃତକଙ୍କ ପତ୍ନୀ ଅମ୍ବିକା ବେହେରା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ପୋଲିସ ୯୪/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । କମାରଖଣ୍ଡି ଗ୍ରାମର ରବୀନ୍ଦ୍ର ବେହେରାଙ୍କ ସହିତ ତାଙ୍କ ପଡିଶା ଅଶୋକ ବେହେରାଙ୍କ ଜମିବାଡି ବିବାଦ ଦୀର୍ଘଦିନରୁ ରହିଆସିଛି । ସୋମବାର ରବୀନ୍ଦ୍ର ତାଙ୍କ ଜମିରେ କାର୍ଯ୍ୟ କରୁଥିବା ବେଳେ ଅପରପକ୍ଷ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା । ଫଳରେ ଅଶୋକ ବେହେରାଙ୍କ ସମେତ ଅନ୍ୟ ୭ଜଣ ମିଳିମିଶି ରବୀନ୍ଦ୍ରଙ୍କୁ ନିସ୍ତୁକ ପିଟିବା ସହ ତଣ୍ଟିଚିପି ହତ୍ୟା କରିଥିବା ମୃତକ ରବୀନ୍ଦ୍ରଙ୍କ ପତ୍ନୀ ଅମ୍ବିକା କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଟାଉନ ଥାନା ପକ୍ଷରୁ ରବୀନ୍ଦ୍ରଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ