ଜମିର କିଣାବିକା ନେଇ ସରକାରୀ ଦର ଧାର୍ଯ୍ୟ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଜମିର କିଣାବିକା ନେଇ ସରକାରୀ ଦର ଧାର୍ଯ୍ୟ ସକାଶେ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ବର୍ଷକୁ ଥରେ ଆଗତ ହେଉଥିବା ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେଯେ, ମଧ୍ୟବିତ୍ତ ପରିବାର ଯେପରି ଜମି କିଣିପାରିବା ସମ୍ଭବ ହେବ ତାହାକୁ ଦୃଷ୍ଟିରେ ରଖି ଦରବୃଦ୍ଧି କରିବାକୁ ପ୍ରବର୍ତ୍ତାଇଥିଲେ । ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ମସିହା ଠାରୁ ଅପ୍ରିଲ୍ ୨୦୨୩ ମସିହା ମଧ୍ୟରେ ଜମିର କିଣାବିକା ଉପରେ ଚାହିଦା ଅନୁସାରେ ସରକାରୀ ଧାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ସ୍ଥାନୀୟ ତହସିଲଦାର ଓ ଉପ ନିବନ୍ଧକଙ୍କ ମିଳିତ ଭାବେ କ୍ଷେତ୍ର ଅଞ୍ଚଳ ଗସ୍ତ କରି ସେହି ଅଞ୍ଚଳର ସ୍ଥିତିକୁ ଲକ୍ଷ୍ୟ କରି ଉପଖଣ୍ଡ ସ୍ତରୀୟ ଉପଜିଲ୍ଲାପାଳଙ୍କ ଅନୁମତି ନେବା ପରେ ଜିଲ୍ଲା ନିବନ୍ଧକ, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବୀକୃତି ସହ ଚୂଡାନ୍ତ ଅନୁମୋଦନ ପାଇଁ ଇନିସ୍ପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ୍ ଏବଂ ବୋର୍ଡ ଅଫ୍ ରେଭେନ୍ୟୁଙ୍କ ପାଖକୁ ପଠାଇବାକୁ ପଡିବ । ଅନୁମୋଦନ ଲାଭ ପରେ ଜିଲ୍ଲା ସ୍ତରରେ ଏହା ଲାଗୁ କରାଯିବ । ଏହି ସବୁ କାର୍ଯ୍ୟ ତୁରନ୍ତ ଶେଷ କରି ସରକାରୀ ରାଜସ୍ବ ବୃଦ୍ଧି ଦିଗରେ ସହାୟକ ହେବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚାହିଦା ମୁତାବକ ଦର ଧାର୍ଯ୍ୟ କରାଯିବ କିନ୍ତୁ ଚାହିଦା ନ ଥିଲେ ମଧ୍ୟ ଅତି କମ୍ ରେ ପୂର୍ବ ଦର ଠାରୁ ଶତକଡା ଦଶ ପ୍ରତିଶତ ନିୟମ ଅନୁଯାୟୀ ଅଧିକା ହେବ । ପ୍ରତି ବ୍ଲକ୍ ସ୍ତରରେ ସମୀକ୍ଷା କରି ଦର ସ୍ଥିର କରାଯିବ । ସହରାଞ୍ଚଳ ସୀମା ବୃଦ୍ଧି ହେଉଥିବା ହେତୁ ଜମିର ଦର ବୃଦ୍ଧି ହେଉଥିବା ଅଧିକାରୀମାନେ ଅବଗତ କରାଇଥିଲେ । ୨୦୧୮ ରେ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ କେତେ ପରିମାଣର ବୃଦ୍ଧି କରିବେ ସେହି ନିୟମକୁ କଡାକଡିଭାବେ ପାଳନ କରି ଦର ବୃଦ୍ଧି କରାଯିବ । ନିୟମ ଠାରୁ ଅଧିକା ଦର ଧାର୍ଯ୍ୟ କରାଗଲେ ଭବିଷ୍ୟତରେ ଅନେକ ଅସୁବିଧା ଦେଖାଯିବ । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ବାଣିଜ୍ୟିକ ପ୍ରତିଷ୍ଠାନ, ରାସ୍ତା ଏବଂ ଜାତୀୟ ରାଜପଥ ଇତ୍ୟାଦିକୁ ଦୃଷ୍ଚିରେ ରଖି ସ୍ଥାନୀୟ ଲୋକଙ୍କ ମତାମତକୁ ପ୍ରାଧାନ୍ୟ ଦେଇ ଏବଂ ରେକର୍ଡଭୁକ୍ତ କରି ଦରଧାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅମୀୟ କୁମାର ସାହୁ ମତବ୍ୟକ୍ତ କରିଥିଲେ । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଜିଲ୍ଲା ନିବନ୍ଧକ ବିଶ୍ବମ୍ଭର ରଥ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଏବଂ ଭିଡିଓ କନଫରେନ୍ସିଂରେ ସମସ୍ତ ତହସିଲଦାର ଓ ନିବନ୍ଧକ ଅଧିକାରୀଗମ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ