ଜମି କିଣିବାକୁ ଆସି ଚାଲିଗଲା ଜୀବନ

ମୋହନା(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ପାଣ୍ଡାଛକ ନିକଟରେ ଯାନ୍ତ୍ରୀକ ତୃଟି ଯୋଗୁଁ ସ୍କୁଟି ନଂ ଓଡି ୨୦ ଏ ୧୩୦୮ ଧକ୍କାରେ ଚାଲିଗଲା ଜୀବନ । ଘଟଣାରୁ ପ୍ରକାଶ ବ୍ରହ୍ମପୁର ଅଚଂଳର ପ୍ରଦୀପ ପଟ୍ଟନାୟକ ଓରଫ ବାପି (୬୦) ଆନ୍ଧ୍ରା ଦେଇ ବସ ଯୋଗେ ଛେଳିଗଡ ପହଂଚି ଥିଲେ । ସେଠୁ ନିଜ ସମ୍ପର୍କୀୟକୁ ଛେଲାଗଡର ପର୍ଶୁରାମ ରଥ (୬୦)ଙ୍କୁ ଡାକି ତାଙ୍କରି ସ୍କୁଟିରେ ବସି ଲୁହାଗୁଡିର ଏକ ଜମି କିଣିବା ପାଇଁ ମୋହନା ଆସୁଥିଲେ ଆସିବା ସମୟରେ କଲେଜ ଛକ ଠାରୁ ତାଙ୍କ ସ୍କୁଟି ର ଯାନ୍ତ୍ରୀକ ତୃଟି ହେବାରୁ ସେ ତହସିଲ ସମ୍ମୁଖରେ ରହିବାର ଥିଲା କିନ୍ତୁ ଗାଡିକୁ ଆୟତ ନକରିପାରି ବହୁ ଚିଲ୍ଲାଇ ଚିଲ୍ଲାଇ ଆସି ପାଣ୍ଡାଛକ ନିକଟରେ ଡ୍ରେନ କାମ ଚାଲିଥିବା ମାଟିଗଦାକୁ ଆଣି ଧକ୍କା ଦେଇଥିଲେ ଯାହାରି ଫଳରେ ୨ ଜଣ ଛିଂଚାଡି ହୋଇ ପଡିଯାଇଥିଲେ । ସେଠାରୁ ଗାଁ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ନେଇ ଭର୍ତି କରିଥିଲେ । ସେଠାରେ ଡାକ୍ତର ଅମୃତ ରାଜ ଜେନା ପ୍ରଦୀପଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଅନ୍ୟ ଜଣେ ବନ୍ଧୁ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି । ଘଟଣା ସ୍ଥଳରେ ମୋହନା ପୁଲିସ ପହଂଚି ସ୍କୁଟିକୁ ଜବତ କରିବା ସହ ମୃତ ଶରୀରକୁ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ