ଜମି ଜବରଦଖଲ ନେଇ ଭଞ୍ଜନଗର ସିଭିଲ୍ ଜର୍ଜ୍ ସିନିୟର ଡିଭିଜନ୍ କୋର୍ଟରେ ଅଭିଯୋଗ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଜମି ଦଲାଲ୍ ମାନେ ବିଭିନ୍ନ ଉପାୟରେ ଗରିବ ଖଟିଖିଆ ମାନଙ୍କର ପୈତୃକ ଜମିକୁ ହଡପ୍ କରି ପ୍ଲଟ୍ ବ୍ୟବସାୟ କରୁ୍ଥିବା ଘଟଣା ମାନ ଦେଖିବାକୁ ମିଳୁଥିବା ବେଳେ ଏହିଭଳି ଘଟଣା ବେଲଗୁଣ୍ଠା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି I ଏନେଇ ଭଞ୍ଜନଗର ସିଭିଲ୍ ଜର୍ଜ୍ ସିନିୟର ଡିଭିଜନ୍ କୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରିପଲ୍ଲୀ ଗ୍ରାମକୁ ପ୍ରବେଶ କରିବା ପୂର୍ବରୁ ପିଚୁ ରାସ୍ତାକୁ ଲାଗି ରାସ୍ତାର ଡ଼ାହାଣ ପଟେ କେବିରିପଲ୍ଲୀ ମୌଜାର ଖାତା ନମ୍ବର୍ ୧୩୯ ଏବଂ ପ୍ଲଟ୍ ନମ୍ଵର୍ ୫୩୨ ର ଏକ ଜମି ରହିଛି I ଏହି ଜମିଟି ସନ୍ତୋଷ କୁମାର ପରିଡ଼ା ଏବଂ ଦିଲ୍ଲୀପ୍ କୁମାର ପରିଡାଙ୍କ ପୈତୃକ ସମ୍ପତ୍ତି ଅଟେ I ଏହି ଜମିଟି ଯୁଗ୍ମ ଭାବେ ସନ୍ତୋଷଙ୍କ ବାପା ଦଣ୍ଡାସୀ ପରିଡ଼ା ଏବଂ ତାଙ୍କ ବାପା ଦାଦାଙ୍କ ନାମରେ ରେକର୍ଡ଼ ଭୁକ୍ତ ଅଛି I କିନ୍ତୁ କିଛି ଜମି ଦଲାଲ୍ ପ୍ଳଟ୍ ବ୍ୟବସାୟ ପାଇଁ ଏହି ଜମିକୁ ଜବରଦଖଲ କରି ମାଡ଼ି ବସିଥିବାରୁ ଜମି ଦାବାଦାର ସନ୍ତୋଷ ଗତ ମଇ ୧୪ ତରିଖରେ ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଲିଖିତ ଭାବେ ଜଣାଇବାରୁ ଏହା ଏକ ସିଭିଲ୍ ମ୍ୟାଟର୍ କହି ଥାନା କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଇଥିଲେ I ଏହା ପରେ ଜମି ଦାବାଦାର ଦିଲ୍ଲୀପ ପରିଡ଼ା ଏବଂ ସନ୍ତୋଷ ପରିଡ଼ା ଘଟଣା ନେଇ ଗତ ଜୁଲାଇ ମାସରେ ନିଜ ଗ୍ରାମର ପ୍ରଦୀପ କୁମାର ପାତ୍ର ଏବଂ ଅଗେର୍ ଙ୍କ ନାମରେ ଭଞ୍ଜନଗର ସିଭିଲ୍ ଜର୍ଜ୍ ସିନିୟର ଡିଭିଜନ୍ କୋର୍ଟରେ ୫୨/୨୦୨୨ ରେ ଏକ ମାମଲା ରୁଜୁ କରିଥିଲେ I ବର୍ତ୍ତମାନ ସୁଦ୍ଧା ଏହି ଜମି ମାମଲା କୋର୍ଟରେ ବିଚାରାଧୀନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ